ଶ୍ରୀ ଜଗନ୍ନାଥାୟନ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱର ପକ୍ଷରୁ ଶ୍ରୀ ଜଗନ୍ନାଥ ଙ୍କ ସଂସ୍କୃତି କୁ ଆଧାର କରି ପ୍ରତି ମାସର ପ୍ରଥମ ଦିନ ଅର୍ଥାତ୍ ୧ ତାରିଖ ଦିନ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ପରିବେଷଣ ହୋଇଛି କାର୍ଯ୍ୟକ୍ରମ “ଶ୍ରୀ ଜଗନ୍ନାଥାୟନ” ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ର,ପ୍ରୟାସ ଟିଭି ର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ,ଆର୍ତ୍ତତ୍ରାଣ ଶତପଥୀ,ବିଜୟ କୁମାର ପଣ୍ଡା,ପ୍ରଫୁଲ୍ଲ କୁମାର ସାମନ୍ତରାୟ,ବିକ୍ରମ ସାହୁ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଏହାପରେ ସଙ୍ଗୀତ ନିର୍ଦ୍ଦେଶକ ସୁଜାତା ପାଢ଼ୀ, ନାଟକ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ମିଶ୍ର ଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।ପରେ ପରେ ମଞ୍ଚ ମୟୁରି ଭୁବନେଶ୍ୱର ଅନୁଷ୍ଠାନ ପକ୍ଷରୁ ନାଟକ “ଭକ୍ତ ବଳରାମ ଦାସ” ପରିବେଷଣ କରାଯାଇଥିଲା ।ଯାହାର ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟ ରଞ୍ଜନ ମିଶ୍ର।ସମସ୍ତ କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *