ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠରେ ବନ ମହୋତ୍ସବ

ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠରେ ବନ ମହୋତ୍ସବ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ପୁରାତନ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠରେ ବନ ମହୋତ୍ସବ ଜୁନ୍ ମାସ ପାଞ୍ଚ ତାରିଖ ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ପାଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶବିତ୍ ବିଜୟ କୁମାର ସାମନ୍ତ ଉପସ୍ଥିତ ହୋଇ ବୃକ୍ଷ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ଚାରା ରୋପଣ କରି ପୃଥିବୀ ମାତାଙ୍କୁ ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ। ଶ୍ରୀ ସାହୁ ନିଜ ରଚିତ କବିତା “ବୃକ୍ଷ ହିଁ ଜୀବନ”କୁ ପାଠ କରିଥିଲେ। ବିଦ୍ୟାଳୟ ର‌ ପରିବେଶ କ୍ଲବ ତତ୍ତ୍ୱାବଧାରକ ଅଭୟ କୁମାର ଶତପଥି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ରେ ଶିକ୍ଷକ ଅରୁଣ ଧରୁଆ ଶିକ୍ଷୟିତ୍ରୀ ରଶ୍ମୀବାଳା ସାମଲ ,ଦିପିକା ପଢିଆରି ବନ ମହୋତ୍ସବ ପାଳନ ଅବସରରେ ଉଦ୍ ବୋଧନ ଦେଇଥିଲେ। ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ହୋଇ ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଙ୍କ ହସ୍ତରେ ୧୦ ଟି ଚାରା ରୋପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *