ଶ୍ରୀଜୟଦେବ ଙ୍କ ଜୟନ୍ତୀ ପାଳିତ

ପୁରୀ ୧୦/୫ ମହାପ୍ରଭୁଙ୍କ ପରମ ଭକ୍ତ ଗୀତଗୋବିନ୍ଦ ର ସ୍ରଷ୍ଟା ଶ୍ରୀ ଜୟଦେବଙ୍କ ଜୟନ୍ତୀ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଆଜି ପାଳିତ ହୋଇଥିଲା।

ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୁଣା ଟାଉନ ଥାନା ଛକ ଠାରେ ଥିବା ଶ୍ରୀଜୟଦେବ ଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସମାଜସେବୀ,ସାହିତ୍ୟିକ ଅନାମ ଚରଣ ସାହୁ ପ୍ରମୁଖ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ।ଚଳିତ ବର୍ଷ ନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣ ବିଧି ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *