ଶ୍ରୀମଦ୍ଭାଗବତ ଜନ୍ମ ଉତ୍ସବ ପାଳିତ

ଶ୍ରୀମଦ୍ଭାଗବତ ଜନ୍ମ ଉତ୍ସବ ପାଳିତ
କୋଣାର୍କ – କୋଣାର୍କ ନିକଟସ୍ଥ ବାଲିଦୋକାନ ଜମରା ଗ୍ରାମରେ ରବିବାର ପୂର୍ବାହ୍ନରେ ପବିତ୍ର ଶ୍ରୀମଦ୍ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ମା ଦୂଲ୍ଳାଦେଇ ଭାଗବତ ଟୁଙ୍ଗି ଓ ମା ଦୂଲ୍ଳାଦେଇ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଇଥିଲା। ଓଡ଼ିଶାର ପୁରପଲ୍ଲୀରେ ଓଡିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ଭାଗବତ ଟୁଙ୍ଗି ପ୍ରମୁଖ ସ୍ଥାନ ନେଇଛି। ଏହି ପରମ୍ପରାକୁ ବଞ୍ଚାଇବାକୁ ଯାଇ ପ୍ରତିବର୍ଷ ଏହି ଉତ୍ସବ ପାଳନ କରାଯାଏ। ପୂଜାରୀ କବି ଭାଇନା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମା ଦୂଲ୍ଳାଦେଇ ଭାଗବତ ଟୁଙ୍ଗି ସଂଯୋଜକ ଜ୍ଞାନ ରଞ୍ଜନ ବିଶ୍ଵାଳ, ସଙ୍କୀର୍ତ୍ତନ ମଣ୍ଡଳୀ ସଭାପତି ଜଗବନ୍ଧୁ ବିଶ୍ବାଳ, ଅକ୍ଷୟ ବିଶ୍ବାଳଙ୍କ ସମେତ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ସଦସ୍ୟା ମାନେ ଉତ୍ସଵ ପରିଚଳନା କରିଥିଲେ।

Leave a Reply

Your email address will not be published. Required fields are marked *