ଛତ୍ରପଡାରେ ଶ୍ରୀରାମନବମୀପର୍ବ ପାଳିତ


ଖୋର୍ଦ୍ଧାଜିଲା ବେଗୁନିଆବ୍ଲକର ବୋତଳମା
ଗ୍ରାମପଂଚାୟତ ଅନ୍ତର୍ଗତ ଛତ୍ରପଡାଗ୍ରାମରେ
ପ୍ରତିବର୍ଷଭଳି ଚଳିତବର୍ଷ ରୀତିନୀତି ଓ
ପରଂପରା ଅନୁଯାୟୀ ଶ୍ରୀରାମନବମୀ ପର୍ବ
ପାଳିତ ହୋଇଯାଇଛି।ଏହି ଉପଲକ୍ଷେ
ଛତ୍ରପଡା ଶ୍ରୀରାମଲୀଳା ଅନୁଷ୍ଟାନର ସମସ୍ତ
ସଭ୍ୟ ଗ୍ରାମର ଆରାଡଧ୍ୟଦେବତା ପ୍ରଭୂ ଶ୍ରୀଶ୍ରୀ
ଲୋକେଶ୍ବରଦେବକଂ ପବିତ୍ରପୀଠରେ
ଏକତ୍ରିତହୋଇ କବି ଅନଗଂନରେଂଦ୍ର ବିରଚିତ
ଶ୍ରୀରାମଲୀଳା ପୁସ୍ତକର ଶ୍ରୀରାମଜନ୍ମପର୍ଯ୍ୟନ୍ତ
ପାଠ ସହିତ ପୁରୋହିତକଂଦ୍ବାରା ପୂଜାର୍ଚନା
କରିଥିଲେ।ଏହାପରେ ଗ୍ରାମର ମଝିସାହିରେଥିବା
ଶ୍ରୀରାମଲୀଳାଯାତ୍ରାସ୍ଥଳିରେ ଚଳିତବର୍ଷ
ଶ୍ରୀରାମଲୀଳାଯାତ୍ରାନିମନ୍ତେ ଶୁଭଖୁଣ୍ଟି
ପକାଯାଇଥିଲା।ଏଥିରେ ସମସ୍ତ ଗ୍ରାମବାସୀ
ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *