ଶ୍ରୀରାମ ନବମୀ ମହୋତ୍ସବ- ୨୦୨୩। ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭଦ୍ରକ – ଭଦ୍ରକର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରୁଥିବା ଶ୍ରୀରାମ ନବମୀ ମହୋତ୍ସବ ଆସନ୍ତା ମାର୍ଚ୍ଚ ମାସ ୩୦ ତାରିଖରେ ମହା ସମାରୋହରେ ପାଳିତ ହେବାକୁ ଯାଉଛି। ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବ ଚଳିତ ବର୍ଷ ଦିବ୍ୟ, ଭବ୍ୟ ଏବଂ ଚିତାକର୍ଷକ ଭାବରେ ଅନୁଷ୍ଠିତ ହେବ ବୋଲି ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସହରର ଗାନ୍ଧିପଡ଼ିଆ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକରେ ସର୍ଵ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।ବିଶାଳ ନଗର ସଂକୀର୍ତ୍ତନ ପୂର୍ବରୁ ମାତୃଭୂମି ପାଇଁ ଗଣଦୌଡ଼, ରାଷ୍ଟ୍ରୀୟ ନବବର୍ଷ ପାଳନ, ଗୋ ପୂଜନ ଓ ସାଧୁ ସନ୍ଥ ପୂଜନ, ମହିଳା କଳସ ଶୋଭାଯାତ୍ରା, ଆଜ୍ଞା ମାଳ ଯାତ୍ରା, ଶ୍ରୀରାମ ନବମୀ ମହାଯଜ୍ଞ, ୧୦୮ ହନୁମାନ ଚାଳିଶା ପାଠ, ୭ ଦିନ ବ୍ୟାପି ଗାନ୍ଧିପଡ଼ିଆରେ ମୀନାବଜାର ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯିବାର ନିଷ୍ପତ୍ତି ନିଆଯାଇଛି।
ରିପୋର୍ଟ- ପୁନିଲ୍ କୁମାର ସାମନ୍ତ, ଭଦ୍ରକ।
