ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ସହିଦ୍ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ସହିଦ୍ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ

ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ – ମୁଖ୍ଯ ଅତିଥି ଇଂ ଦେବାଶିଷ ପଟ୍ଟନାୟକ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ ହୋଇଥିବା ଅନ୍ୟ ଚାରିଜଣ ମହାପୁରୁଷ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ମୁଖ୍ଯ ଅତିଥି ପୁଷ୍ପ ମାଲ୍ଯାର୍ପଣ କରିଥିଲେ।
ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ମୁଖ୍ଯ ଅତିଥି ଆଲୋଚନା କରି କହିଥିଲେ ଯେ, ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ। ୧୮୯୭ ମସିହା ଅକ୍ଟୋବର ୦୧ ତାରିଖରେ ନୂଆଗାଁ ବ୍ଳକ ଅନ୍ତର୍ଗତ କୁଶବିଡା ଗ୍ରାମରେ ଜନ୍ମଲାଭ କରିଥିବା ଏହି ଦେଶ ସେବକ କଷ୍ଟି ଡାକୁଆ ୧୯୪୨ ମସିହା ଅକ୍ଟୋବର ୧୦ ତାରିଖରେ ଭାରତଛାଡ଼ ଆନ୍ଦୋଳନ ପରିପ୍ରେକ୍ଷୀରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗଦେଇ ନୂଆଗାଁ ଥାନା ପାଖରେ ବ୍ରିଟିଶ ପୋଲିସ ଗୁଳିରେ ସହିଦ୍ ହୋଇଥିଲେ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ସହିଦ୍ କଷ୍ଟି ଡାକୁଆଙ୍କ ସଂଗ୍ରାମୀ ଜୀବନ ବିଷୟରେ ବକ୍ତବ୍ଯ ରଖିଥିଲା ବେଳେ ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବିଦ୍ଯାଳୟ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଓ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରି ସହିଦଙ୍କ ସ୍ମ୍ରୁତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *