ଶ୍ରୀରାମ ନବମୀ ମହୋତ୍ସବ ପାଳନ

କାଳୀପୂଜା ପରେ ଭଦ୍ରକର ଦ୍ଵିତୀୟ ମହାଗଣ ପର୍ବ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍‌ଭାବନା ସଭାଗୃହରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ଭାରତରାଏଙ୍କ ଅଧ୍ୟକ୍ଷତାରେ ଆଯୋଜିତ ଏହି ବୈଠକରେ ଏସ୍.ପି.ମାଡ଼କର ସନ୍ଦୀପ ସମ୍ପତ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଏସ୍.ପି.ଡି.ଆଇ.ବି. ଅଂଶୁମାନ ଦ୍ଵିବେଦୀ, ସିଟି ଡି.ଏସ୍.ପି. ସମ୍ବିତ କୁମାର ମାଝୀ, ଭଦ୍ରକ ତହସିଇବାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ଡ଼େପୁଟୀ କଲେକ୍ଟର କାର୍ତିକନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ ।ଶ୍ରୀଯୁକ୍ତ ମଣ୍ଡଳଙ୍କ ଦ୍ବାରା ଉପସ୍ଥାପିତ କାର୍ଯ୍ୟସୂଚୀ ଆଧାରରେ ସର୍ବ ପ୍ରଥମେ ଶ୍ରୀରାମ ମହାଯଜ୍ଞ କମିଟିର ସମ୍ପାଦକ ଶରତ ପଢ଼ିଆରୀ ଶ୍ରୀରାମ ନବମୀ ମହୋତ୍ସବ ପାଳନର କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ମାର୍ଚ୍ଚ ୨୩ରୁ ମାତୃଭୂମି ପାଇଁ ଗଣଦୌଡ଼ ରୁ ମହୋତ୍ସବ ପାଳନ ଆରମ୍ଭ ହେବ । ଏହି ଗଣ ଦୌଡ଼ ଜିଲ୍ଲା କାର୍ଯ୍ୟାଳୟ ନିକଟସ୍ତ ତାରିଣୀ ମନ୍ଦିରରୁ ବାହାରି ବାଇପାସ ଦେଇ ଗାନ୍ଧୀ ପଡ଼ିଆକୁ ପତ୍ୟାବର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ମାର୍ଚ ୩୦ରେ ହିନ୍ଦୁ ନବ ବର୍ଷ, ସାଧୁସନ୍ଥ ଓ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୩୧ରେ ବାଲିବଜଗଙ୍ଗା ଆନୁକୂଲ୍ୟରେ ସାଇକେଲ ଶୋଭାଯାତ୍ରା ଏବଂ ଏପ୍ରିଲ ୪ରେ ପ୍ରସିଦ୍ଧ ମହିଳା କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ୩୦ରେ ଗାନ୍ଧୀ ପଡ଼ିଆରୁ ଏହି ଶୋଭାଯାତ୍ରା ଆଗମ୍ଭ ହୋଇ ଅସ୍ତଳ ଦେଇ ଶାହାପୁର ଘାଟ ପର୍ଯ୍ୟନ୍ତ ଯାଇ ବଡ ଛକ ମୁଖ୍ୟ ସହର ଦେଇ ଗାନ୍ଧୀ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିବେ । ଏଥିପାଇଁ ପୂର୍ବରୁ ମା ଭଦ୍ରକାଳୀ, ମା ବିରଜା, ବାବା ଆଖଣ୍ଡଳମଣି ଆଦି ଧାର୍ମିକ ପୀଠରୁ ଆଜ୍ଞାମାଳ ଅଣାଯିବ । ଏପ୍ରିଲ ୫ରେ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ସହ ୬ ତାରିଖରେ ନଗର ସଂକୀର୍ତ୍ତନର ମହାପର୍ବ ଅନୁଷ୍ଠିତ ହେବ । ଏଥିରେ ୮୦ ରୁ ଉର୍ଦ୍ଧ୍ବ ମେଢ଼ ପରିକ୍ରମାର କାର୍ଯ୍ୟକ୍ରମ ଅଛି । ପରିକ୍ରମା ପରେ ଯଜ୍ଞର ପୂର୍ଣାହୁତି ହେବ । ୩୦ ରୁ ୬ ପର୍ଯ୍ୟନ୍ତ ପ୍ରତିଦିନ ସଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାର ବସିବ । ଶାନ୍ତି ଶୃଙ୍ଖଳାର ସହିତ ଏହି ମହୋତ୍ସବ ପାଳନ ନିମିତ୍ତ ଆବଶ୍ୟକ ସଫେଇ, ସାହି ବସ୍ତି ଗଳି ରାସ୍ତାରେ ଗଛ, ବାଉଁଶ ଡ଼ାଳ କଟାଯିବା, ରାସ୍ତା ଆଲୋକି କରଣ, ରାସ୍ତା ମରାମତି ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ ଯୋଗାଣ, ରାସ୍ତା ଅବରୋଧ ଉଚ୍ଛେଦ, ଅବକାରୀ ଧରପଗଡ଼, ମଦ ଦୋକାନ ବନ୍ଦ ଆଦି ବିଷୟରେ କମିଟିର ସଭାପତି ନିତ୍ୟାନନ୍ଦ ନାୟକ, ମେଢ଼ କମିଟି ସଂଯୋଜକ ତୁଷାରକାନ୍ତ ଦାସ, କମିଟି ସଦସ୍ୟ ଜଗନ୍ନାଥ ଦାସ, ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ, ଶାନ୍ତି କମିଟି ସଦସ୍ୟ ଅତିସ୍ କୁମାର ବେହେରା, ଗୌରାଙ୍ଗ ପଣ୍ଡା, ସୁଧାକର ଭାରତ ପ୍ରମୁଖଙ୍କ ପ୍ରସ୍ତାବ ମତେ ପଦକ୍ଷେପ ଗ୍ରହଣ ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ମୁସଲିମ୍ ଜମାତ୍ରର ବରିଷ୍ଠ ସଦସ୍ୟ କର୍ମକର୍ଭା ଓ ବରିଷ୍ଠ ସଦସ୍ୟ ସମ୍ପାଦକ ମୋକିତ ଖାଁଙ୍କ ସମେତ ଏହି ପର୍ବ ପାଳନରେ ସେମାନଙ୍କର ସମ୍ପୁର୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ । ପର୍ବ ପାଳନରେ ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ ଆଦି ପାଇଁ ପୋଲିସ ମୂତୟନ ବ୍ୟାବସ୍ଥା, ସିସିଟିଭି, ପୋଲିସ୍ କଣ୍ଟ୍ରୋଲ ରୁମ୍, ସାମାଜିକ ଗଣ ମାଧ୍ୟମର ଦୂରୁପଯୋଗ ଉପରେ କାର୍ଯ୍ୟାନୁଷ୍ଠାନ, ଡ୍ରୋନ୍‌ର ବ୍ୟବହାର, କେନ୍ଦ୍ରୀୟ ସୁରକ୍ଷା ବଳ ମୂତୟନ ଆଦି ଉପରେ ଏସ୍.ପି. ଏବଂ ଏ.ଏସ୍.ପି. ସୂଚନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *