ଶ୍ରୀରାମ ନବମୀ ଶୋଭାଯାତ୍ରା

ଶ୍ରୀରାମ ନବମୀ କୁ ନେଇ ଆଜି ସାରା ଦେଶ ଉତ୍ସବ ମୁଖରିତ । ସେହିପରି ଜଗତସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ ହେବା ସହ ରାମ ମନ୍ଦିର ରେ ଭିଡ଼ ଦେଖିବାକୁ ମିଳିଥିଲା । ଏଥି ସହିତ ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ପୁରୋହିତପୁର ଛକ ନିକଟରୁ ବାହାରି ସହର ପରିକ୍ରମା କରିଥିଲା । ଉକ୍ତ ଶୋଭାଯାତ୍ରାରେ ସଂଗଠନର ବହୁ କର୍ମକର୍ତା, ଯୁବବର୍ଗ ତଥା ରାମପ୍ରେମୀ ମାନେ ଯୋଗ ଦେଇଛନ୍ତି । ଜଗତସିଂହପୁର ବିଧାୟକ, ସାଂସଦ ପ୍ରମୁଖ ଯୋଗଦେଇ ଶାନ୍ତି ଓ ଭାଇଚାରାର ବାର୍ତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *