ଜୟ ଶ୍ରୀ ରାମ ଯୁବକ ସଂଘ ତରଫରୁ ଶ୍ରୀରାମ ନବମୀ ଶୋଭାଯାତ୍ରା

ପବିତ୍ର ଶ୍ରୀରାମ ନବମୀ କୁ ନେଇ ଆଜି ସାରା ଦେଶ ଉତ୍ସବ ମୁଖରିତ । ସେହିପରି ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ ହେବା ସହ ରାମ ମନ୍ଦିର ରେ ଭିଡ଼ ଦେଖିବାକୁ ମିଳିଥିଲା । ଓ ସହରର ବିଭିନ୍ନ ସଂସ୍ଥା ତରଫରୁ ଶୋଭାଯତ୍ର ମଧ୍ୟ ହୋଇଥିଲା l ଏଥି ସହିତ ସୋରଡ଼ା ର ଜୟ ଶ୍ରୀ ରାମ ଯୁବକ ସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ଶଶିଭୂଷଣ ଛକ ନିକଟରୁ ବାହାରି ଆଡ଼ପ ମଣ୍ଡପ ରଥଛକ ଗଣିଛକ ଦେଇ ପାଇକ ସାହି ଓ ସାରୁଆ ସାହିରେ ପ୍ରଭୁ ଶ୍ରୀ ରଘୁନାଥ ଙ୍କ ମନ୍ଦିର ନିକଟ ରେ ପହଞ୍ଚି ସେଠାରେ ମର୍ଯ୍ୟତା ପୁରୁଷ ପ୍ରଭୁ ରାମଚନ୍ଦ୍ର ଙ୍କୁ ପୂଜା ଅର୍ଚ୍ଚନା କରି ଠାକୁରଙ୍କ ପାଖରେ ଶହେ ଆଠ ଆଳତି ଦର୍ଶନ କରି ପୁଣି ସହର ଅଭିମୁଖେ ପରିକ୍ରମା କରିଥିଲା । ଉକ୍ତ ଶୋଭାଯାତ୍ରାରେ ଶ୍ରୀ ରାମ ଯୁବକ ସାଙ୍ଗ ର ସଭାପତି ସମ୍ପାଦକ କୋଷାଧ୍ୟକ୍ଷ ସମେତ ସଂଗଠନର ବହୁ କର୍ମକର୍ତା, ଯୁବବର୍ଗ ତଥା ରାମପ୍ରେମୀ ମାନେ ଯୋଗ ଦେଇଛନ୍ତି । ଏହି ଶୋଭାଯାତ୍ରା ସୋରଡ଼ା ସହରର ଶାନ୍ତି ଓ ମୈତ୍ରୀ ଭାଇଚାରାର ବାର୍ତା ପ୍ରଦାନ କରିଥିଲେ ।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *