ରୋଟାରୀ କ୍ଲବ ତରଫରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଆନ୍ତର୍ଜାତୀୟ ଶିଶୁ କନ୍ଯା ଦିବସ ପାଳିତ

ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆନ୍ତର୍ଜାତୀୟ ଶିଶୁ କନ୍ଯା ଦିବସ ରୋଟାରୀ କ୍ଲବ ତରଫରୁ ପାଳିତ ହୋଇ ଯାଇଛି । ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲାବେଳେ ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ବସିରନ ବିବି ଯୋଗଦେଇ ଝିଅମାନେ ନିଜକୁ ଦୁର୍ବଳ ନ ଭାବିବା ପାଇଁ ପରାମର୍ଶ ଦେଇଥିଲାବେଳେ ସମ୍ମାନିତ ବକ୍ତା ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ସମାଜବିଜ୍ଞାନ ଅଧ୍ଯାପିକା ରିଙ୍କୁ ଖାଡେଙ୍ଗା କନ୍ଯା ସନ୍ତାନ ଟିଏ ଜନ୍ମ ହେଲେ ପିତାମାତା ମନଦୁଃଖ କରୁଥିବା ବେଳେ ପୁତ୍ର ସନ୍ତାନଟିଏ ଜନ୍ମ ହେଲାବେଳେ ପିତା ମାତା ଖୁସି ମନାନ୍ତି। ଝିଅ ଟିଏ ପୁଅଠାରୁ କୌଣସି ଗୁଣରେ କମ୍ ନୁହଁ। ଏହି ପ୍ରକାର ହୀନ ମାନସିକତାକୁ ଦୂର କରିବା ପାଇଁ ଉପସ୍ଥିତ ଗୁରୁମା ଓ ଝିଅ ମାନଙ୍କ ନିମିତ୍ତ ବକ୍ତବ୍ଯ ରଖିଥିଲେ। ବିଦ୍ଯାଳୟର ନବମ ଶ୍ରେଣୀ ଛାତ୍ରୀ ବୈଭଶ୍ରୀ ପ୍ରିୟଦର୍ଶିନୀ ଓ ଏଚ୍ ଏ ଶାଶ୍ବତୀ ଭାଷଣ ଦେଇ ଝିଅମାନଙ୍କ ସୁରକ୍ଷା ପାଇଁ ନିବେଦନ କରିଥିଲେ। ପରିଶେଷରେ ରୋଟାରିଆନ ଲକ୍ଷ୍ମୀନାରାୟଣ ରଥ ଧନ୍ଯବାଦ ଅର୍ପଣ କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”।

Leave a Reply

Your email address will not be published. Required fields are marked *