ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହନାଥ ଙ୍କ ଚନ୍ଦନ ଯାତ୍ରା ପଞ୍ଚମ ଦିବସ ।
କନ୍ଧମାଳ ତା ୧୫/୦୫/୨୦୨୫ ଫୁଲବାଣୀ ସହର ଉପକଣ୍ଠ ସ୍ଥାନୀୟ ଜିରିଂପଡ। ଠାରେ ପ୍ରଭୁ ଶ୍ରୀ ଲକ୍ଷ୍ମୀ ନୃସିଂହନାଥ ଙ୍କ ଜନ୍ମ ଉତ୍ସବ ବା ଚନ୍ଦନ ଯାତ୍ରା ବହୁ ଆଡ଼ମ୍ବରରେ ପାଳନ କରାଯାଉଅଛି। ପଞ୍ଚମ ଦିବସରେ ଏହି ଯାତ୍ରାରେ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ପୋୖର ପରିଷଦ ୧୧ ୱାର୍ଡ ର କାଉନସିଲର ଶ୍ରୀ ବସନ୍ତ ସାହାଣୀ, କମିଟିର ସଭାପତି ଶ୍ରୀ ବୈଦ୍ୟନାଥ ନାୟକ ,ସାଧାରଣ ସମ୍ପାଦକ ଦାରୁଣ ବେହେରା ,ସଂଯୋଜକ କରମ୍ ବେହେରା, ସମ୍ପାଦକ ବୈଦ୍ୟନାଥ ବେହେରା ,ସଂସ୍କୃତିକୁ ସମ୍ପାଦକ ସଞ୍ଜୀବ ସାହାଣୀ,ସହ ସାଂସ୍କୃତିକ ସଂପାଦକ ସୁଶାନ୍ତ ନାୟକ ଓ ଉପଦେଷ୍ଟା ରମେଶ ମହାନ୍ତି ମଞ୍ଚକୁ ଉଦ୍ଘାଟନ କରିଥିଲେ ।

ଏହି ପ୍ରତିଯୋଗିତରେ ବିଚାରକ ଭାବେ ଶ୍ରୀମତୀ ସରସ୍ଵତୀ ସାହୁ, ଅଭିଜିତ ପଟ୍ଟନାୟକ, ବିଚାରକ ଭାବରେ ପ୍ରତିଯୋଗିତାକୁ ତୁଲାଇଥିଲେ । ଏହିଠାରେ ,ବରିଷ୍ଟ ବର୍ଗରେ ସୁଦ୍ଧା ସୁମନ୍ ପ୍ରଥମ ସ୍ଥାନ, ସ୍ମୁତି ମୟୀ ବେହେରା ଦୂତିୟ ସ୍ଥାନ, ଓ ନେହା ବେହେରା,ସିମ୍ରନ୍ ସାହାଣୀ,ଓ ଅ।ଞ୍ଚଳ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । କନିଷ୍ଠ ବର୍ଗରେ ଆରାଧ୍ୟ ଷଡ଼ଙ୍ଗୀ ପ୍ରଥମ,ସୁପ୍ରିୟା ନାୟକ ଦୂ ତୀ ୟ ସ୍ଥାନ ଓ ମେହେକ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଏହି ଯାତ୍ରା ରେ ବିଭିନ୍ନ ପ୍ରକାର ସଂସ୍କୃତିକୁ କାର୍ଯ୍ୟ କ୍ରମ ଆଗକୁ ଦେଖିବାକୁ ମିଳିବ ବୋଲି ସାଧାରଣ ସମ୍ପାଦକ ଦାରୁଣ ବେହେରା ଗଣ ମାଧ୍ୟମକୁ କହିଥିଲେ ।
