ଭଗବାନ ଶ୍ରୀ ଶ୍ରୀ ମହାବିରଙ୍କ ଜନ୍ମ ଦିବସ ଉତ୍ସବ ପାଳନ

ଯାଜପୁର ରୋଡ଼ ମାରୁୱାଡ଼ି ସମାଜର ଜୈନଧର୍ମ ସଂଗଠନ ପକ୍ଷରୁ ନନ୍ଦରାମ ବାଟିକା ପ୍ରାଙ୍ଗଣରେ ଆଜି ଜୈନ ଧର୍ମର ୨୪ତମ ତିର୍ଥଙ୍କର ଭଗବାନ ଶ୍ରୀ ଶ୍ରୀ ମହାବିରଙ୍କର ୨୬୨୩ ତମ ଜନ୍ମ ଦିବସ ଉତ୍ସବ ବଡ ଧୁମଧାମ୍‌ରେ ପାଳନ କରାଯାଇଅଛି l ଶହସ୍ର ଭକ୍ତ ଓ ଶ୍ରଦ୍ଧାଳୁ ସକାଳ ସମୟରେ ବ୍ୟାସନଗର ପୌରାଂଚଳ ସହର ପରିଭ୍ରମଣ କରି ଅଂଚଳର ଜନସାଧାରଣ ମାନଙ୍କ ଲାଗି ଘୃଣା ଛାଡ଼ ଜୈନ ଧର୍ମ କି ଏକହି ନାରା “ଜିତ୍ ଓର ଜିନେ ଦୋ” ବାର୍ତା ବାଟିଂଥିଲେ l ପରେ ପରେ ଜୈନ ଧର୍ମ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଭଗବାନଙ୍କ ଉପରେ ଆଧାରିତ ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ମାରୁୱାଡ଼ି ସମାଜର ପୁରୁଖା ଲୋକଙ୍କୁ ସଂଗଠନ ଦରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *