ପ୍ରଭୁ ଶ୍ରୀ ଶ୍ରୀ ତ୍ରିନାଥଙ୍କ ତୃତୀୟ ବାର୍ଷିକ ଉତ୍ସବ ପାଳିତ

ଯାଜପୁର ରୋଡ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ମନ୍ଦିର ପରିସରରେ ପ୍ରଭୁ ଶ୍ରୀ ଶ୍ରୀ ତ୍ରିନାଥଙ୍କ ତୃତୀୟ ବାର୍ଷିକ ଉତ୍ସବ ପାଳିତ l ପ୍ରତେକ ବର୍ଷ ପରି ଆଜି କୋରେଇ ବ୍ଲକ ନୂଆଗଡ ନିକଟସ୍ଥ ଗୋଲେଇ ଛକ ସ୍ଥିତ ଯାଜପୁର ରୋଡ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ଧୂମ ଧାମର ସହିତ ପ୍ରଭୁ ଶ୍ରୀ ଶ୍ରୀ ତ୍ରିନାଥଙ୍କ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ପରିପକ୍ଷରେ ପୂଜାରେ ମୁଖ୍ୟ କର୍ତ୍ତା ଭାବେ ଅଗ୍ନିଶମ ବିଭାଗ ଅଧିକାରୀ ତାପସ କୁମାର ମନ୍ତ୍ରୀ ଜଗତର କଲ୍ୟାଣ ପାଇଁ ପୂଜାର୍ଚନା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳଋ ଜନ ସାଧାରଣ ପହଂଚି ପ୍ରଭୁଙ୍କ ଦର୍ଶନ କରିବା ସହିତ ଆଶିଷ ଲାଭ କରିଛନ୍ତି l ଏହି ଅବସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଭଜନ କୀର୍ତ୍ତନ ର ଆୟୋଜନ କରାଯାଇଥିଲା l ପରିଶେଷରେ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥିଲେ l

Leave a Reply

Your email address will not be published. Required fields are marked *