ଶ୍ରୀ ଉଗ୍ରତାରା ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ରାୟଗଡା ତା ୧୧-୧୨-୨୪ ରାୟଗଡା ବ୍ଲକ ଅନ୍ତର୍ଗତ କୁମଟିପେଣ୍ଠସ୍ଥିତ ଶ୍ରୀ ଉଗ୍ରତାରା ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟଲାୟର ପ୍ରଧାନ ଶିକ୍ଷକ ଶ୍ରୀ ବାଲ ମୁରଲୀ କ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା କର ଏହାର ସୁପରିଚାଳନା କରିଥଲେ । ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ କ୍ରୀଡ଼ାରେ କବାଡି, ସାଇକେଲ ଚାଳନା, ଲମ୍ବ ଡିଆଁ, ଗୋଳା ଫିଙ୍ଗା ଦୌଡ ଆଦି ବିଭାଗରେ ୩୫୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ କ୍ରୀଡା ଶିକ୍ଷକ ତ୍ରିନାଥ ପାତ୍ର, ବି ରାମୁ ଏହାର ପରିଚାଳନା କରିଥିଲେ ।

ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରଯାଇଥିଲା । ବାଳିକା ବିଭାଗରେ ପୁଷ୍ପଲତା ମାଣ୍ଡାଙ୍ଗି ଓ ବାଳକ ବିଭାଗରେ ଜୟଦେବ ମି଼ଣିଆକା ଚମ୍ପିୟାନ ଟ୍ରଫି ଗ୍ରହଣ କରିଥିଲେ । ବିଦ୍ୟାଳୟର ସ୍ୱେଚ୍ଛାସେବୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ ।
ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
