ଶ୍ରୀକ୍ଷେତ୍ର ବଡଦାଣ୍ଡରେ ବାପଝିଅଙ୍କ ଦଣ୍ଡପ୍ରଣାମ
ଶ୍ରୀକ୍ଷେତ୍ର ବଡଦାଣ୍ଡରେ ବାପଝିଅଙ୍କ ଦଣ୍ଡପ୍ରଣାମ,
ପରିବାରର ମଙ୍ଗଳ କାମନା କରି ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ବାପ ଝିଅଙ୍କ ଦଣ୍ଡ ପ୍ରଣାମ। ପରିବାରର ସୁଖସମୃଦ୍ଧି କାମନା କରି ସେମାନେ ଦଣ୍ଡପ୍ରଣାମ କରି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ସାଙ୍ଗରେ ପରିବାର ସଦସ୍ୟ ମଧ୍ୟ ରହିଛନ୍ତି। ଏହି ଭକ୍ତ ଜଣକ ମୟୁରଭଞ୍ଜ ଅଞ୍ଚଳର ହେମନ୍ତ ବାରିକ। ପରିବାର ପାଇଁ ଅନେକ ଦିନରୁ ମାନସିକ ରଖିଥିଲେ ଶ୍ରୀକ୍ଷେତ୍ର ଯିବେ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଦଣ୍ଡ ପ୍ରଣାମ କରି ଶ୍ରୀମନ୍ଦିରରେ ପହଞ୍ଚିବେ। ତାହା ପୂରଣ ହୋଇଛି। ଅତି ନିଷ୍ଠା ଓ ସମର୍ପଣ ଭାବ ନେଇ ବଡ଼ଦାଣ୍ଡରେ ପ୍ରାୟ ଅଢେ଼ଇ କିଲୋମିଟର ଦଣ୍ଡ ପ୍ରଣାମ କରି ମହାପ୍ରଭୁଙ୍କ ନିକଟରେ ପହଞ୍ଚି ସାନିଧ୍ୟ ଗ୍ରହଣ କରିଛନ୍ତି। ହେମନ୍ତଙ୍କ ସହ ତାଙ୍କ କୁନି ଝିଅ ମଧ୍ୟ ଦଣ୍ଡ ପ୍ରଣାମ କରି ଆସିଥିବା ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ମହାପ୍ରଭୁଙ୍କ ପ୍ରତି ସେମାନଙ୍କର କେତେ ଆସ୍ଥା ଓ ବିଶ୍ୱାସ ରହିଛି।
ବାଇଟ୧- କିଶୋର ଚନ୍ଦ୍ର ବେହେରା, ସମ୍ପର୍କୀୟ
ବାଇଟ୨- ପ୍ରିୟାନ୍ସୀ ପ୍ରିୟଦର୍ଶିନୀ ବେହେରା, ହେମନ୍ତଙ୍କ ଝିଅ
