ଶରୀରକୁ ଆରୋଗ୍ୟ କରିବା ଲକ୍ଷରେ ଲଣ୍ଡନରୁ ଧାଇଁ ଆସିଲେ ଶ୍ରୀକ୍ଷେତ୍ର ପୁରୀ ।
ଶରୀରକୁ ଆରୋଗ୍ୟ କରିବା ଲକ୍ଷରେ ଲଣ୍ଡନରୁ ଧାଇଁ ଆସିଲେ ଶ୍ରୀକ୍ଷେତ୍ର ପୁରୀ । ଶ୍ରୀକ୍ଷେତ୍ର ପୁରୀର ଯୋଗ ଗୁରୁ ଭାବେ ବେଶ ପରିଚିତ ମଧୁସୂଦନ ରାୟଙ୍କ ତତ୍ୱାବଧାନରେ ଯୋଗ କରି ଏହି ଦୁଃସାଧ୍ୟ ରୋଗରୁ ମୁକ୍ତି ପାଇଛନ୍ତି ବିଦେଶରେ ରହୁଥିବା ଏହି ବ୍ୟକ୍ତି । ଆଜି ପର୍ଯ୍ୟନ୍ତ ମଧୁସୂଦନ ପ୍ରାୟ ୮୦ରୁ ଅଧିକ country ରେ ଯୋଗରେ ନାମ ଅର୍ଜନ କରିଛନ୍ତି । ମଧୁସୂଦନଙ୍କ ଠାରୁ ଶିଖିଥିବା ଛାତ୍ରଛାତ୍ରୀ ବିଭିନ୍ନ ଦେଶରେ ଯୋଗାଭ୍ୟାସ କରୁଛନ୍ତି। ଅଲିଫର ନାମକ ଜଣେ ଯୁବକ ଟେନିସ କୋର୍ଟରେ ଖେଳିଲା ବେଳେ ଦେହରେ ଗଭୀର ଆଘାତ ଲାଗିଥିଲା ଯାହାଫଳରେ ସିଧା ହୋଇ ଚାଲିବାର ସକ୍ଷମ ନ ଥିଲେ ।ଯୁବକର ପରିବାର ଲଣ୍ଡନରୁ ମଧୁସୂଦନ ରାୟଙ୍କ ସହ ଯୋଗାଯୋଗ କରି ଆସିବାରେ ତାଙ୍କ ଦେହ ଆଜି ସୁସ୍ଥ ବୋଲି ତାଙ୍କ ମା କହିଛନ୍ତି ।ଯୋଗ ଦ୍ୱାରା ଶରୀର ସୁସ୍ଥ ଓ ନିୟମିତ ଯୋଗ ସହ ପ୍ରାଣାୟମ କରିଲେ କଠିନ ଦୁରାରୋଗ୍ୟ ଦୂର ହୋଇଥାଏ। ଦାମୀ ମେଡ଼ିସିନ ଓ ମେଡିକାଲ ଯାହା କିଛି କାମ କରିଲାନି ଯାହା ଯୋଗ କରିଲା। ଏହା କହିଛନ୍ତି ଲଣ୍ଡନରୁ ଆସିଥିବା ଯୁବକ ଅଲିଫର ।
