ଶ୍ରୀପର୍ଣ୍ଣା ସାହିତ୍ୟ ସଂସଦ ଶ୍ରୀପର୍ଣ୍ଣା ପ୍ରକାଶନୀ
ପୁରୀ, ତା -28/08/2025 ରିଖ ଶ୍ରୀପର୍ଣ୍ଣା ସାହିତ୍ୟ ସଂସଦ, ଶ୍ରୀପର୍ଣ୍ଣା ପ୍ରକାଶନୀ, ପୁରୀ ଆନୁକୂଲ୍ୟରେ ଏକ ମନୋଞ୍ଜ ସାରସ୍ୱତ ଆସର ଅନୁଷ୍ଠିତ ହୋଇ ପୁସ୍ତକ ଉନ୍ମୋଚନ /ଲୋକାର୍ପଣ /ଆଲୋଚନା ଓ ଅନୁପମ କବିତା ପାଠୋତ୍ସବ କରାଯାଇଥିଲା lଏହି ଉତ୍ସବକୁ ସଭାପତି ଡ଼କ୍ଟର ଶ୍ରୀଯୁକ୍ତ ପ୍ରଭାକର ତ୍ରିପାଠୀ,ମୁଖ୍ୟଅତିଥି ଓଡ଼ିଶାର ବିଶିଷ୍ଟ ଲେଖକ, ଅନୁବାଦକ, ଗାଳ୍ପିକ, ଔପନ୍ୟାସିକ ଶ୍ରୀଯୁକ୍ତ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନୁହୁର ),ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଲଷ୍ମୀକାନ୍ତ ଖୁଣ୍ଟିଆ, ଡ଼କ୍ଟର ଶ୍ରୀଯୁକ୍ତ ଦିଲୀପ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମଙ୍ଗରାଜ,ଅନୁଷ୍ଠାନର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଲଷ୍ମୀକାନ୍ତ ତ୍ରିପାଠୀ, ମଞ୍ଚ ସଂଯୋଜକ କବି ଶ୍ରୀଯୁକ୍ତ ପୁରୁଷୋତ୍ତମ ନନ୍ଦ, କବୀ ଶ୍ରୀମତୀ ସୁଜାତା ସିହ୍ନା, ଗୌରାଙ୍ଗ ଚରଣ ଦାସ ଏବଂ ସମ୍ପାଦକ ଉମାକାନ୍ତ ମହାପାତ୍ର ଶ୍ରୀଜଗନ୍ନାଥଙ୍କନିକଟରେ ପ୍ରଦୀପ ପ୍ରଜ୍ଵlଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଉଦ୍ଘାଟନ କରିଥିଲେ l ପରେପରେ ସମ୍ପାଦକ ଶ୍ରୀ ମହାପାତ୍ର ଓ ପରିଚାଳନା ସମ୍ପାଦିକା ଶ୍ରୀମତୀ ସୁଜାତା ସିହ୍ନା ଅତିଥି ମାନଙ୍କୁ ଉତ୍ତରୀୟ, ଉପଢୌକନ /ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ l ଏହି ଅବସରରେ କବି ଉମାକାନ୍ତ ମହାପାତ୍ରଙ୍କ କବିତା ସଂକଳନ ଅସମର୍ଥ ଉଚ୍ଚାରଣ /ଅନlବୃତ ଅହଙ୍କାର /ଅର୍ଥମୟ ଅବସୋସ / ଶ୍ରୀପର୍ଣ୍ଣା ସାହିତ୍ୟ ପତ୍ରିକା ଏବଂ ଶ୍ରୀମତୀ ସୁଜାତା ସିହ୍ନାଙ୍କ ଅନୁଦିତ ବଙ୍ଗଳାଦେଶର ପ୍ରସିଦ୍ଧ ଔପନ୍ୟାସିକ ହୁମା୍ୟୁନ ଆହମେଦଙ୍କ ଉପନ୍ୟାସ ସମୁଦ୍ର ବିଳାସ ଓ ମୌଳିକ ଶିଶୁ କିଶୋର ଉପନ୍ୟାସ ଦେବଦୂତ ଉନ୍ମୋଚ୍ଚନ ଓ ଆଲୋଚନା ଅନୁଷ୍ଠିତ ହୋଇଥିଲା l ଏହାପରେ ଅନୁଷ୍ଠାନକୁ ବହୁ ଭାବରେ ଉଛ୍ୱାସିତ କରିଥିବା କଵୀ ଶ୍ରୀମତୀ ସୁଜାତା ସିହ୍ନା ଓ ଶ୍ରଯୁକ୍ତ ଗୌରାଙ୍ଗ ଚରଣ ଦାସଙ୍କୁ ମାନପତ୍ର ଓ ଗଜାନନଙ୍କ ରୌପ୍ୟ ମୂର୍ତ୍ତି ପ୍ରଦାନ କରି ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l

ମଧ୍ୟାହ୍ନ ଭୋଜନ ବିରତି ପରେ ଅପରାହ୍ଣ ତିନିଘଣ୍ଟା ସମୟରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବୀ ଶ୍ରୀମତୀ ସୁଜାତା ସିହ୍ନା ଅଧ୍ୟକ୍ଷତା କରିବା ସହିତ କବୀ ଶ୍ରୀମତୀ ମମତା ଦାସ ଓ କବୀ ପ୍ରବାସିନୀ ମିଶ୍ର ସଂଯୋଜନା କରିଥିଲେl ଗୀତି କବି ବିଜୟ କୁମାର ପଣ୍ଡା, ବିଶିଷ୍ଟ ଶିଶୁ ଲେଖକ ଶ୍ରୀଯୁକ୍ତ ରାଇମୋହନ ମହାନ୍ତି ସମ୍ମlନିତ ଅତିଥି ଭାବରେ ଯୋଗ ଦେଇ ଏହି ସଭାରେ କବିତା ପାଠ କରିଥିବା ସମସ୍ତ କବି/କବୟିତ୍ରୀ ମାନଙ୍କୁ ସମ୍ମାନ ସନନ୍ଦ ଦେଇ ସମ୍ମlନିତ କରିଥିଲେ l ଏହି କାବ୍ୟୋତ୍ସବରେ ବିଶିଷ୍ଟ ଗୀତିକବି ବିପିନ ମହାନ୍ତି, କବି ସର୍ବଶ୍ରୀ ପୂର୍ଣଚନ୍ଦ୍ର ମହାରଣା ଜୟନ୍ତୀ ନନ୍ଦ, କଳ୍ପନା ମିଶ୍ର, ମହେନ୍ଦ୍ର କୁମାର ଦାଶ,ସ୍ଵର୍ଣ୍ଣଲତା ତ୍ରିପାଠୀ, ଡ଼କ୍ଟର ସସ୍ମିତା ମିଶ୍ର, ପୌର୍ଣ୍ଣମାସୀ ଦେବୀ, ଅନ୍ତର୍ଯ୍ୟାମୀ ମିଶ୍ର,ବିଜୟ ଲଷ୍ମୀ ଦାଶ ମିଶ୍ର, ରଜତ କୁମାର ମହାନ୍ତି, ଅଶୋକ କୁମାର ମିଶ୍ର, ରଶ୍ମିତା ବେହେରା, ପର୍ଶୁରାମ ପାତ୍ର, ଦେବସ୍ମିତା ପ୍ରଧାନ, ନୀଳମଣି ସୁଆର, ଅଜୟ କୁମାର ସେଠୀ, ଅରୁଣା କର ମହାପାତ୍ର, ଗୀତା ପଟ୍ଟନାୟକ, ବିପିନ ବିହାରୀ ନାୟକ,ମୃତ୍ୟୁଞ୍ଜୟ ଦକ୍ଷିଣରାୟ, ବିପିନ ବିହାରୀ ଦଳାଇ, ରମେଶ ଚନ୍ଦ୍ର ଦାଶ, କାଶୀନାଥ ମହାପାତ୍ର, ସୁବାସ ଚନ୍ଦ୍ର ପରିଡା,ସଞ୍ଜୟ କୁମାର ବରାଳ ପ୍ରଭୃତି ଯୋଗ ଦେଇ କବିତା ପାଠ କରିଥିଲେ l ପରିଶେଷରେ ଅନୁଷ୍ଠାନର ସଂଯୋକକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ ଦେଇ ଥିଲେ ଓ ସଭା ସାଙ୍ଗ କରାଯାଇଥିଲା l ଉମାକାନ୍ତ ମହାପାତ୍ର ସମ୍ପାଦକ,ଶ୍ରୀପର୍ଣ୍ଣା,ପୁରୀ
