ଶ୍ରୀରାଧା ସେବା ସଂଗଠନ ର ସପ୍ତମ ବାର୍ଷିକ ନିଃଶୁଳ୍କ ପୁରୀ ତୀର୍ଥ ଯାତ୍ରା

ତିର୍ତ୍ତୋଲ:ପ୍ରତି ବର୍ଷ ଭଳି ଶ୍ରୀରାଧା ସେବା ସଂଗଠନ ଅଞ୍ଚଳ ର60ଜଣ ବୃଦ୍ଧ ବୃଦ୍ଧା ମାନଙ୍କୁ ନେଇ ଜଗତସିଂହପୁର ଜିଲ୍ଲା ଗରାମ ପଞ୍ଚାୟତ ଗରାମ ଗାଁ ର ମା ଭଗବତୀ ପୀଠ ରୁ କୀର୍ତ୍ତନ କରି ତୀର୍ଥ ଯାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦିଆଯାଇ ଶ୍ରୀକ୍ଷେତ୍ର ପୁରୀ ଯାତ୍ରା କରିଛନ୍ତି। ପ୍ରଥମେ କାକଟପୁର ମା ମଙ୍ଗଳା ଙ୍କୁ ଦର୍ଶନ କରି ସେଠାରେ ଜଳପାନ କରନ୍ତି ତତ ପରେ ପୁରୀ ଯାତ୍ରା କରି ବଡ଼ ଠାକୁର ବଳଦେବ ଯୋଗ ମାୟା ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କରି ଘରକୁ ପ୍ରସ୍ଥାନ କରନ୍ତି । ଏ ବର୍ଷ ତୀର୍ଥଯାତ୍ରା ର ମୁଖ୍ୟ ଶ୍ରୀଯୁକ୍ତ ଧୁନ ଚନ୍ଦ୍ର ସେନାପତି ଏବଂ ସହାୟକ ମୁଖ୍ୟ ଚିନ୍ମୟ ସୁତାର ଏବଂ ପୁରୀ ରେ କଟକ (ଓଡିଶା ସହିତ ଭାରତ ର ବିଶିଷ୍ଟ ସମାଜ ସେବୀ) ଡ଼. ପ୍ରଶାନ୍ତ କୁମାର ଦାଶ ଙ୍କ ତତ୍ୱାବଧାନ ରେ ତୀର୍ଥ ଯାତ୍ରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସଂଗଠନ ର ସଭାପତି ଙ୍କ ସହିତ କୃଷ୍ଣ ପ୍ରସାଦ ଶତପଥୀ, ସସ୍ମିତା ପାହାଡ଼ ସିଂ, ମନୋଜ ପାହାଡ଼ ସିଂ, ବିବେକାନନ୍ଦ ଦଳେଇ, ଗାୟତ୍ରୀ ଦାସ, ବିକାଶ ସ୍ୱାଇଁ, ସସ୍ମିତା ସ୍ୱାଇଁ ଏବଂ ସଂଗଠନ ର ଅନ୍ୟ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *