ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଜୋତାମାଡ଼ ସହ କୁଶପୁତ୍ତଳିକା ଦାହ କଲା ହିନ୍ଦୁ ସଂଗଠନ
ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁତ୍ର ଉଦୟନିଧି ଷ୍ଟାଲୀନ ଦେଇଥିବା ସନାତନି ଧର୍ମର ବିରୋଧ ମନ୍ତବ୍ୟକୁ ନେଇ, ବିକ୍ଷୋପ ପ୍ରଦର୍ଶନ କରିଲା ପୁରୀ ଜିଲା କାକଟପୁର ଅସ୍ତରଙ୍ଗର ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଶାଖା । ସନାତନ ଧର୍ମକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାରା ଭାରତ ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯାଉଛି। ଏହି କ୍ରମରେ ପୁରୀ କାକଟପୁରର ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଶାଖା ତରଫରୁ ଏହାକୁ ଦୃଢ ବିରୋଧ କରି ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଏହାର କଡା ପ୍ରତିବାଦ ସ୍ୱରୂପ ବିକ୍ଷୋଭ କରିବା ସହ ଷ୍ଟାଲିନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଉଦୟନିଧି ଷ୍ଟାଲିନ ତାଙ୍କ ଭାଷଣରେ କହିଥିଲେ, “ସନାତନ ଧର୍ମ କରୋନା ଭାଇରସ, ଡେଙ୍ଗୁ, ମ୍ୟାଲେରିଆ ପରି । ଏଣୁ ଏହା ସହିତ ଲଢିବା ବଦଳରେ ଏହାର ସମୂଳ ବିନାଶ କରିବା ଉଚିତ । ହିନ୍ଦୁ ” ଜାତି, ଧର୍ମକୁ ଆଘାତ ଦେବାଭଳି ଷ୍ଟାଲିନଙ୍କ ଏଭଳି କୁମାନସିକତା ଧର୍ମଦ୍ରୋହୀ ମନ୍ତବ୍ୟକୁ ଚାରିଆଡ଼େ ବିରୋଧ କରାଯାଉଛି । ଏହି ମନ୍ତବ୍ୟକୁ ପୁରୀ କାକଟପୁର ଅସ୍ତରଙ୍ଗର ବଜରଙ୍ଗ ଦଳ ଓ ବିଶ୍ଵ ହିନ୍ଦୁ ପରିଷଦ ମଧ୍ୟ ଏହାର କଡା ପ୍ରତିବାଦ ସ୍ୱରୂପ ବିକ୍ଷୋଭ କରିବା ସହ ଷ୍ଟାଲିନଙ୍କ ଫଟୋରେ ଚପଲ ମାଡ଼ ସହିତ କୁଶପୁତ୍ତଳିକା ଦାହ କରିଛି । ସେପଟେ ଏଭଳି ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ସଙ୍ଘଠନ ତରଫରୁ କାକଟପୁର ଥାନାରେ ଏତଲା ଦେଇ ହିନ୍ଦୁ ଧର୍ମ ଦ୍ରୋହୀ ଷ୍ଟାଲିନଙ୍କ ଗିରଫ ଦାବି ମଧ୍ୟ କରାଯାଇଛି । ସର୍ଵ ପୁରାତନ ଶ୍ରେଷ୍ଠ ପବିତ୍ର ସନାତନ ଧର୍ମର ଅପମାନକୁ ସହ୍ୟ କରାଯିବନି ବୋଲି ସଂଗଠନର କାର୍ଯ୍ୟକର୍ତା ମାନେ କହିଛନ୍ତି, ସନାତନ ଧର୍ମ ବିରୋଧରେ ଉଦୟନିଧି ଦେଇଥିବା ଟିପ୍ପଣୀ ଦେଶର ୧୦୦ କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇଛି। ଦେଶରେ ଯାହା ବି ବିକାଶ ହେଉଛି ସବୁ କିଛି ସନାତନ ଧର୍ମ ପାଇଁ। ଉଦୟନିଧି ତାଙ୍କ ଟିପ୍ପଣୀ ପାଇଁ କ୍ଷମା ମାଗିବା ଉଚିତ ବୋଲି ଶାଖା ପରିଚାଳକ ମନ୍ତବ୍ୟ ଦେଇଛନ୍ତି । ଯଦି ଏହି ଭୁଲ ପାଇଁ ଷ୍ଟାଲୀନ କ୍ଷମା ପାର୍ଥନା ନମାଗନ୍ତି, ତାହେଲେ ଆଗାମୀ ଦିନରେ ଏହାର କଡା ଜବାବ ଦିଆଯିବ ବୋଲି କହିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏପରି ଭୁଲ ମନ୍ତବ୍ୟ ପାଇଁ ଷ୍ଟାଲୀନଙ୍କ ବିରୋଧରେ କଣ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ଏହା ଏକ ଦୁର୍ଭାଗ୍ୟଜନକ ବୋଲି ଶାଖା ପରିଚାଳକ କହିଛନ୍ତି ।
ସନାତନ ଧର୍ମ ସର୍ଵ ପୁରାତନ ସର୍ଵବୃହତ ପବିତ୍ର ଧର୍ମ , ପବିତ୍ର ଭାରତ ମାଟିରେ ଏପରି ଅପବିତ୍ର ମାନସିକତା ସହ ମନ୍ତବ୍ୟ ଦେବା “ବିନାଶ କାଳେ ବିପରୀତ ବୁଦ୍ଧି” ବ୍ୟତୀତ ଆଉ କିଛି ନୁହେଁ ।।

