ନାରୀ ମାନଙ୍କର ପ୍ରତିଭା କୁ ଲୋକଲୋଚନକୁ ଅଣାଇବା ର ଏକ ଅଭିନବ ପ୍ରୟାସ ରେ ଆରମ୍ଭ ଅନୁଷ୍ଠାନ

ଆଜି ତା ୮/୧୧/୨୦୨୩ ରିଖ ବୁଧବାର ଦିନ ଗଙ୍ଗାନାରାୟଣ ପୁର ଠାରେ, ଆରମ୍ଭ ଅନୁଷ୍ଠାନ ପକ୍ଷରୁ ଆରମ୍ଭ 2024 ର ପୁରୀ ସଦର ର ୩୦ ଗୋଟି ପଞ୍ଚାୟତ କୁ ଧରି ଚାଲିଥିବା “ଶ୍ରୀକ୍ଷେତ୍ର ଲକ୍ଷ୍ମୀ” ପ୍ରତିଯୋଗିତା ର ୧୩ ତମ ପୁରୀ ସଦର ଗଙ୍ଗାନାରାୟଣ ପୁର ଗ୍ରାମ ପଞ୍ଚାୟତ ର କଲ୍ୟାଣୀ ମଣ୍ଡପ ଠାରେ ୧୫୦ ମହିଳା ଙ୍କୁ ନେଇ ସଙ୍ଗୀତ, ନୃତ୍ୟ,ଝୋଟି, ହୂଳହୁଳି, ଆଧ୍ୟାତ୍ମିକ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ପୂର୍ଣ୍ଣ ସମାପନ କରାଯାଇଛି।ଏହି କାର୍ଯ୍ୟକ୍ରମ ୩୦ ଗୋଟି ପଞ୍ଚାୟତ ମଧ୍ୟରୁ ଆଗାମୀ ଦିନରେ ବଳକା ସମସ୍ତ ପଞ୍ଚାୟତ ରେ ହେବ ଏବଂ ସବୁ ପଞ୍ଚାୟତ ରେ ଭାଗନେଇଥିବା କୃତ୍ତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜାନୁଆରୀ 2024 ରେ ହେବାକୁ ଥିବା ଆରମ୍ଭ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ ବୋଲି ସଭାପତି ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ଖୁଣ୍ଟିଆ ପ୍ରକାଶ କରିଛନ୍ତି।ଆଜିର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ,ସଦର ବ୍ଲକ ଚେୟାରମେନ ଶ୍ରୀଯୁକ୍ତ ଦିବାକର ପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର୍ ମିଶ୍ର,ଯୁବ ସମାଜସେବୀ ଅଭିନାସ ମିଶ୍ର, ଓ ସୁବର୍ଣ୍ଣ ଅଳଙ୍କାର ତରଫରୁ ଅଭିଷେକ ବିନାନି ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ଏଥିରେ ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଆଶୁତୋଷ ପଟ୍ଟନାୟକ, ଉପ ସଭାପତି ସମୀର୍ କୁମାର ଶତପଥୀ,ସମ୍ପାଦକ ଦେବାଶିଷ ସିଂ,ରାକେଶ ଜେନା,ସୋମ୍ୟରଞ୍ଜନ ମିଶ୍ର,ଗଣେଶ୍ୱର ଦାସ୍,ପ୍ରଭୁପାଦ ମହାପାତ୍ର, ରବୀନ୍ଦ୍ର ଆଚାର୍ଯ୍ୟ,ଆଶିଷ ବେହେରା, ବିଶ୍ୱଜିତ୍ ଦାସ୍,ସୁଜିତ୍ ରାଉତରାୟ, ଜ୍ୟୋତି ରଞ୍ଜନ ମେକାପ, ପ୍ରଣୟ କୁମାର ରଣସିଂହ, ସନ୍ତୋଷ କୁମାର ବିନ୍ଧାଣି, ଆଶିଷ ବେହେରା, ଅଭିନାସ୍ ସାହୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *