ଆରମ୍ଭ ହେଲା ସ୍ବାଧୀନତା ଦିବସ ଅଭ୍ୟାସ ପ୍ୟାରେଡ
ଆରମ୍ଭ ହେଲା ସ୍ବାଧୀନତା ଦିବସ ଅଭ୍ୟାସ ପ୍ୟାରେଡ।
ପୁରୀ ୧୧/୮ ପୁରୀ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳନ ର ଅବ୍ୟବହିତ ପୂର୍ବରୁ ଆରମ୍ଭ ହୋଇଛି ଅଭ୍ୟାସ ପ୍ୟାରେଡ଼।ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ଅପରାହ୍ନ ୩ ଘଟିକା ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ଅଭ୍ୟାସ କରିଥିଲେ।ପୋଲିସ ରିଜର୍ଭ ଇନିସପେକ୍ଟର ତଥା ପ୍ୟାରେଡ଼ କମାଣ୍ଡର ଚିତ୍ତ ରଞ୍ଜନ ମହାନ୍ତି ଙ୍କ ତତ୍ତ୍ୱାବଧାନରେ ଏହି ଅଭ୍ୟାସ ଆରମ୍ଭ ହୋଇଛି।ଏହି ଅଭ୍ୟାସ ମଧ୍ୟ ଆସନ୍ତା କାଲି ୧୨ତାରିଖ ଅପରାହ୍ନ ୩ ଘଟିକା ଓ ୧୩ ତାରିଖ ପୂର୍ବାହ୍ନ ୮ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ବ୍ୟବସ୍ଥା, ଅଗ୍ନି ଶମ କାର୍ଯ୍ୟାଳୟ ପକ୍ଷରୁ ଅଗ୍ନି ନିର୍ବାପକ ଓ ପ୍ୟାରେଡ଼ ଗ୍ରାଉଣ୍ଡରେ ଜଳ ସିଞ୍ଚନ ବ୍ୟବସ୍ଥା, ମୁଖ୍ୟ ଚିକିତ୍ସା ବିଭାଗ ପକ୍ଷରୁ ଚିକିତ୍ସା ସୁବିଧା,ୱ୍ବାଟକୋ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା, ପୌର ପାଳିକା ପକ୍ଷରୁ ପରିଷ୍କାର ପରିଛନ୍ନତା ବ୍ୟବସ୍ଥା କରାଯାଇଛି।ଅଭ୍ୟାସ ପ୍ୟାରେଡ଼ ଅବସରରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ବ୍ୟାଙ୍କ ଙ୍କ ସହଯୋଗ ରେ ପିଲା ମାନଙ୍କୁ ବିସ୍କୁଟ ମଧ୍ୟ ପ୍ରଦାନ କରାଯାଇଥିଲା।ଏହି ଅଭ୍ୟାସ ପାରେଡରେ ଆରକ୍ଷୀ ବାହିନୀ,ଶ୍ରୀମନ୍ଦିର ସୁରକ୍ଷା ବାହିନୀ, ସେଣ୍ଟ ଜନ ଆମ୍ବୁଲାନ୍ସ ପୁରୀ ସେବା ସମିତି,ପୋଲିସ ବ୍ୟାଣ୍ଡ ଦଳ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଏନ ସି ସି, ସ୍କାଉଟ,ଗାଇଡ ର କ୍ଯାଡେଟ, ମାନେ ଅଂଶଗ୍ରହଣ କରିଥିଲେ।ସ୍ବାଧୀନତା ଦିବସ ପାରେଡରେ ଶ୍ରେଷ୍ଠ ଦଳ ଙ୍କୁ ସ୍ବାଧୀନତା ଦିବସ ର ମୁଖ୍ୟ ଅତିଥି ୧୫ ଅଗଷ୍ଟରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ରେ ସମ୍ବର୍ଦ୍ଧିତ କରିବେ।
