ନୟାଗଡ଼ରେ “ମିଶନଶକ୍ତି” ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ

ନୟାଗଡ଼– ନୟାଗଡ଼ ତ୍ରୀନାଥ ଛକ ତଥା ଓଡଗାଁ-ଭଞ୍ଜ ନଗର ରାସ୍ତା କଡରେ ନୟାଗଡ଼ ପୂର୍ତ୍ତ ଓ କୋଠାବାଡି ବିଭାଗ ତରଫରୁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଜନକଲ୍ୟାଣ କାରୀ (ମହିଳା)କାର୍ଯ୍ୟକ୍ରମର ବାର୍ତ୍ତାବହ”ମିଶନ ଶକ୍ତି”ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ   ତଥା ସ୍ଥାନୀୟ ବିଧାୟକ ଡ଼ ଅରୁଣ କୁମାର ସାହୁ। ଯେଉଁଥିପାଇଁ ସମଗ୍ର ନୟାଗଡ଼ରେ ମନ୍ତ୍ରୀ ଡ଼ ସାହୁଙ୍କ ପ୍ରତି ପ୍ରଂଶସାର ସୁଅ ଛୁଟି ଥିବାବେଳେ ଏ ସମସ୍ତ କାର୍ଯ୍ୟକ୍ରମ କୋଭିଡ ଆଇନ ଅନୁଯାୟୀ ନୟାଗଡ଼ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କିଶୋର ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବେଶ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବା ଦୃଷ୍ଟିଗୋଚର ହୋଇଥିଲା। ତେବେ ଏ ସମସ୍ତ କାର୍ଯ୍ୟକ୍ରମରେ ରଣପୁର ବିଧାୟକ ଡ଼ ସତ୍ୟ ନାରାୟଣ ପ୍ରଧାନ, ବିଡ଼ିଓ ଭିକ୍ଷାରୀ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ,ବ୍ଲକ ଅଧ୍ୟାଖ୍ୟା ଗୋଲାପ ଦଳବେହେରା, ଉପାଧ୍ୟାକ୍ଷ୍ୟ ସୁବାସ କଂହର ପ୍ରମୁଖ ମଂଚାସୀନ ଥିବାବେଳେ ବହୁ ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଏପରିକି ନୟାଗଡ଼ ମୁନିସିପାଲିଟିର ୧୬ ଟି ଯାକ ୱାର୍ଡରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇ ସାରିଛି ବୋଲି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମନ୍ତ୍ରୀ ଡ଼ ସାହୁ ପ୍ରକାଶ କରିଥିଲେ ।ଏପରିକି ନୂତନ ନିର୍ମିତ ହେବାକୁ ଥିବା ମିଶନ ଶକ୍ତି ଗୃହକୁ ୬ ମାସ ନୁହେଁ ୫ ମାସ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ଡ଼ ସାହୁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼।

Leave a Reply

Your email address will not be published. Required fields are marked *