ସମର୍ପଣ (ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଦାନ ଉତ୍ସବ

ନୟାଗଡ଼ ଲେଖନପୁର ଠାରେ ଗଢ଼ି ଉଠିଥିବା ସମର୍ପଣ (ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଦାନ ଉତ୍ସବ ତଥା ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣର ସଭାପତି ତଥା ନୟାଗଡ଼ ଜିଲ୍ଲାପାଳ ଡାକ୍ତର ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦାନ ଉତ୍ସବରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଓଡ଼ିଶା ମୁଖ୍ୟ ଶ୍ରୀମତୀ ବିଦ୍ୟା କ୍ରିଷ୍ଣନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଜେନେରାଲ ମ୍ୟାନେଜର ଅଭୟ କିଶୋର ପାଣ୍ଡେ, ଡିଜିଏମ୍ ଆନନ୍ଦ ବିକ୍ରମ, ସୁନୀଲ କୁମାର ଖେରନାର , ରିଜିଓନାଲ ମ୍ୟାନେଜର ଭୂପଦେବ ପ୍ରଧାନ ଓ ନୟାଗଡ଼ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଜରିଆରେ ସମର୍ପଣକୁ ଆଜି ଏକ ଫ୍ରିଜ୍ ଦାନ କରିବା ସହିତ ଅନ୍ତେବାସୀ ମାନଙ୍କୁ ଅତିଥି ମାନେ ବସ୍ତ୍ର ଦାନ କରିଥିଲେ। ସମର୍ପଣ ପରିସର ପରିଦର୍ଶନ କରି ଅତିଥି ମାନେ ଆନନ୍ଦ ବ୍ଯକ୍ତ କରିବା ସହିତ ପରିଚାଳନା କମିଟିର ସଦସ୍ୟମାନଙ୍କୁ ସାଧୁବାଦ ଜଣାଇ ଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମର୍ପଣ ପରିଚାଳନା ବିଷୟରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ରକିମା ଦାଶ, ଏଡିବି ଶାଖାର ମୁଖ୍ୟ ପରିଚାଳକ ଶିବରାମ ପାଣିଗ୍ରାହୀ, ଜଟଣୀ ଶାଖାର ମୁଖ୍ୟ ପରିଚାଳକ ସୁଜିତ୍ କୁମାର ବେହେରା, ଖୋର୍ଦ୍ଧା ଶାଖାର ମୁଖ୍ୟ ପରିଚାଳକ ଅନିରୁଦ୍ଧ ନନ୍ଦ, ସମର୍ପଣ ପରିଚାଳନା କମିଟିର ସମ୍ପାଦକ ଅରୁଣ କୁମାର ମହାନ୍ତି, ସଦସ୍ୟ ପ୍ରସନ୍ନ କୁମାର ବସନ୍ତିଆ, ଶ୍ରୀଧର ସାହୁ ଓ ଧୀରେନ୍ଦ୍ର କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”

Leave a Reply

Your email address will not be published. Required fields are marked *