ମନ୍ଦିର ପ୍ରତିଷ୍ଟା ଉତ୍ସବରେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର
ରମ୍ଭା ୨୬/୦୩ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜିଲ୍ଲାର ଗ୍ରସ୍ଥ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମରେ ପହଞ୍ଚିଥିଲେ l ଉକ୍ତ ଗ୍ରାମରେ ମା ବୁଢ଼ୀ ଠାକୁରାଣୀ ଓ ତ୍ରିନାଥ ଦେବ ଙ୍କ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେବା ସହ ଠାକୁର ଙ୍କ ଆଶୀର୍ବାଦ ଲାଭ କରିଥିଲେ l ଚନ୍ଦନା ଦାଶ,କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଶିଶୁ ସୁରକ୍ଷା ରାଜ୍ୟ ମହିଳା ସଭ୍ୟା ବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ମୁଖ୍ୟ ଡ଼ଃ. ପ୍ରଶାନ୍ତ କୁମାର ନାୟକଙ୍କ ସହ ମନ୍ଦିର ପ୍ରତିଷ୍ଟା କମିତିରେ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ତାଙ୍କୁ ସ୍ୱାଗତ ସମର୍ଦ୍ଧନା ଜଣାଇଥିଲେ l
