ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଂଚାଆ ସମାବେଶକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ

ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଂଚାଆ ସମାବେଶକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଠାରେ ଆସନ୍ତା 11 ତାରିଖରେ ସମ୍ବିଧାନ ବଂଚାଆ ସମାବେଶରେ ଯୋଗଦେବେ ରାହୁଲ ଗାନ୍ଧୀ । ତେବେ ସମାବେଶକୁ ସଫଳ କରିବା ପାଇଁ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ AICC ର୍ ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ନଳିନୀ ସ୍ବାଇଁ, ନିରଞ୍ଜନ ନାୟକ, ପ୍ରତିମା ମଲ୍ଲିକ, ବିପ୍ଳବ ଚୌଧୁରୀ ପ୍ରମୁଖ ଯୋଗ ଦେଇ ସମ୍ବିଧାନ ବଂଚାଆ ସମାବେଶକୁ ସଫଳ କରିବା ପାଇଁ ଆଲୋଚନା କରିଥିଲେ । ବିଶେଷ କରି ରାଜ୍ୟରେ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯିବା ସହିତ ସମ୍ବିଧାନ ବଂଚାଆ ସମାବେଶକୁ ସଫଳ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ସମାବେଶରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ମାନେ ଯୋଗଦେଇ ଏହି ସମାବେଶକୁ ସଫଳ କରିବେ ସେ ବାବଦ ରେ ଜିଲାର ଦଳୀୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *