ରାହମା ଠାରେ ଡେକୋରେଟର ମାଲିକଙ୍କ ରାଜ୍ୟ ସ୍ତରୀୟ ସମାବେଶ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ସଂଗଠନ ର ଆହ୍ୱାନ କ୍ରମେ ରାହାମା ସ୍ଥିତ ଜିତ୍ ମଣ୍ଡପ ଠାରେ ଡେକୋରେଟର ମାଲିକ ମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ସଙ୍ଘର ଜଗତସିଂହପୁର ଜିଲ୍ଲା ସଭାପତି ଶିଶିର କୁମାର ଦାସଙ୍କ ସଭାପତିତ୍ବ ଆୟୋଜିତ ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲା ର ଡେକୋରେଟର ମାଲିକ ମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ 7 ଦଫା ଦାବି ରାଜ୍ୟ ସଂଘ କୁ ପ୍ରଦାନ କରାଯାଇଥିଲା । ଏହି ଆଲୋଚନା ଚକ୍ର ରେ ରାଜ୍ୟର ସମସ୍ତ କର୍ମକର୍ତ୍ତା ମାନେ ଯୋଗ ଦେବା ସହ ନିଜ ଜୀବିକା ପାଇଁ ସାମୁହିକ ପ୍ରୟାସ ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *