ଜିଲ୍ଳା ଇ – ପାଠାଗାର ୮ମ ପ୍ରତିଷ୍ଠା ଦିବସ ପାଳିତ

ଜିଲ୍ଳା ଇ – ପାଠାଗାର ୮ମ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ ଗତ ତା ୧୦.୦୨.୨୦୨୬ ରେ ଜିଲ୍ଳା ଇ – ପାଠାଗାର ଓ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ ର ୮ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ସ୍ଵତନ୍ତ୍ର ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ଓ ସମ୍ମାନିତ ଅତିଥି ଜିଲ୍ଲା ନଗର ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ, ଫୁଲବାଣୀ ଉପ-ଜିଲ୍ଲାପାଳ ଭିକାରୀ ସାହୁ, ବିଡ଼ିଓ ଖଜୁରୀପଡ଼ା ଶୁଭ ଦତ୍ତତ୍ରେୟା ବାହିନୀପତି,  ଅଧକ୍ଷ ପଲିଟେକନିକ୍ ମହାବିଦ୍ୟାଳୟ ନିହାର ରଞ୍ଜନ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ , ସ୍ଵାତୀ ସମ୍ପାଦକ ଇଁ ହରି ଶଙ୍କର ରାଉତ, ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ଓ ଆଇ. ଟି. ଡି. ଏ. ପ୍ରକଳ୍ପ ପ୍ରଶାସକ ତଥା ଇ – ପାଠାଗାର ମୁଖ୍ୟ ସଂଯୋଜକ ଗଦାଧର ପାତ୍ର ଯୋଗ ଦେଇଥିଲେ। ପ୍ରଥମେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏ. ଆଇ. ଦୁନିଆରେ ପାଠାଗାର ପ୍ରାସଙ୍ଗିକତା ସମ୍ପର୍କରେ ଶ୍ରୀ ବାହିନୀପତି ବିସ୍ତୃତ ଆଲଚନା କରିବା ସହ ଓ ଶ୍ରୀ ବାଣୁଆ ପାଠାଗାରର ଆତ୍ମୀୟତା ଓ ଭାବପ୍ରବଣତା ବିଷୟରେ କହିଥିଲେ। ନବନିଯୁକ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀନିବାସ ଷଡ଼ଙ୍ଗୀ କିପରି ଏହି ଅନୁଷ୍ଠାନରୁ ସେ ଓ.ଏ.ଏସର ସ୍ବପ୍ନ ଦେଖି ଓ ସଠିକ୍ ଉପଯୋଗ କରି ତାକୁ ସଫଳତା ପାଇପାରିଛନ୍ତି କହିଥିଲେ। ବନ ବିଭାଗ ସେବାରେ ନିଯୁକ୍ତ ସୁଶ୍ରୀ ସୁମନ ବିନା କୋଚିଙ୍ଗରେ କେବଳ ପାଠାଗାରକୁ ନିୟମିତ ୨ ବର୍ଷ ଉପଯୋଗ କରି କିପରି ଓ ଏଫ୍ ଏସରେ ଫଳତା ହାସଲ କରିଛନ୍ତି କହିଥିଲେ। ନବନିଯୁକ୍ତ ଇଁ ଅନିଦ୍ୟ ସୁନ୍ଦର ପାଠାଗାରରେ ପଢ଼ି ପାଠାଗାର ସମ୍ମୁଖ ଜଳ ଯୋଗାଣ ବିଭାଗରେ ମୁଖ୍ୟ ଯନ୍ତ୍ରୀ ହେବାର ଖୁସି ଓ ଅଭିଜ୍ଞତା ବ୍ୟକ୍ତ କରିଥିଲେ। ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ଦୀପକ ପାଢି ଲଗାତାର ୩ଟି ଚାକିରିରେ ସଫଳତା ସହ ପାଠାଗାର କିପରି ପ୍ରେରଣା ଦେଇଛି କହିଥିଲେ, ସେ କୁଶଳୀ ଗଣିତ ନିଜ ଅବସର ସମୟରେ ପଢ଼ାଇଥିବାରୁ ପ୍ରଶଂସା କରାଯାଇଥିଲା। ପାଠାଗାର କର୍ମକର୍ତ୍ତାଙ୍କ ସହଯୋଗ ସଭିଙ୍କୁ ସଫଳତା ପାଇବାରେ  ସହାୟକ ହୋଇଛି ବୋଲି ସମସ୍ତେ କହିଥିଲେ। ପରେ ଆନୁଷ୍ଠାନିକ ରୂପେ ଅତିଥିଗଣ ପ୍ରଦୀପ ପ୍ରଜ୍ବଳନ ସହ ଇ – ପାଠାଗାର ପ୍ରତିଷ୍ଠାତା ସ୍ବର୍ଗତ ବିରେନ୍ଦ୍ର ଦାସଙ୍କ ଫଟୋ ଚିତ୍ରରେ ସ୍ମୃତି ଚାରଣ କରିଥିଲେ। ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ପାତ୍ର ବାର୍ଷିକ ବିବରଣୀ ସହ ଆଗାମୀ ଦିନରେ ଇ- ପାଠାଗାର ଉନ୍ନତିକରଣ ଓ ସୁବିଧାକରଣ ନିମନ୍ତେ ଥିବା ପଦକ୍ଷେପ କହିଥିଲେ। ପାଠାଗାରକୁ ଉପଯୋଗ କରି ଏଯାବତ୍ ୧୫୫ରୁ ଉର୍ଦ୍ଧ ଚାକିରି ରେ ସଫଳତାକୁ ବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା ମାଧ୍ୟମରେ ପ୍ରତିଯୋଗିତା ପରୀକ୍ଷାରେ ସଫଳ ପାଇଁ ବିଭିନ୍ନ ପ୍ରେରଣାଦାୟୀ ଉଦାହରଣ ଦେଇଥିଲେ। ଇ-ପାଠାଗାରକୁ ଅଧିକ ବହି ଓ ସୁବିଧା ଯୋଗାଇବା ସହ ନିଜ ସଫଳତାରମନ୍ତ୍ର ଦେବା ସହ ଆଗାମୀ ଦିନରେ ଜେଲ ପାଠାଗାର ସହ ଇ- ପାଠାଗାରକୁ ସଂଲଗ୍ନ କରି ଅଧିକ ଉପଯୋଗୀ କରାଯିବ ବୋଲି କହିଥିଲେ।   ଇ – ପାଠାଗାରକୁ ଉପଯୋଗ କରି ଚାକିରିରେ ସଫଳତା ପାଇଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଗ୍ରନ୍ଥାଗାରିକ ଶିବ ସୁନ୍ଦର ସାହୁ ଓ ସହ -ଗ୍ରନ୍ଥାଗାରିକ ପ୍ରଭାତ କୁମାର ଦାସ ମଞ୍ଚ  ଚାଳନା କରିଥିଲେ। ସଭିଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ ହୋଇଥିଲା।

Leave a Reply

Your email address will not be published. Required fields are marked *