କଳା କ୍ଷେତ୍ର ସମ୍ମାନ ପାଇଲେ କିଶୋର ପ୍ରସାଦ ଗ୍ରାମର ଗିରିଶ କୁମାର ମିଶ୍ର
କଳା କ୍ଷେତ୍ର ସମ୍ମାନ ପାଇଲେ କିଶୋର ପ୍ରସାଦ ଗ୍ରାମର ଗିରିଶ କୁମାର ମିଶ୍ର
ଗଣିଆ – ପେଶା ଶିକ୍ଷକତା ଥିଲେ ମଧ୍ୟ ନିଶା ଥିଲା ଅଭିନୟ । ଏକାଧାରରେ ଜଣେ ରାଜନେତା, ଶିକ୍ଷକ, ଆଇନଜୀବୀ ଭାବରେ ସେ ନିଜକୁ ପ୍ରତିପାଦିତ କରି ସାରିଛନ୍ତି । ପିଲାଟି ଦିନରୁ ଅଭିନୟ ତାଙ୍କର ନିଶା ପାଲଟିଥିବା ବେଳେ ଶିକ୍ଷକତା ଚାକିରିରୁ ସେ ଅବସର ଗ୍ରହଣ କରିଛନ୍ତି । ଥିଏଟରରୁ ମଞ୍ଚ ଅଭିନେତା ପାଲଟିଥିବା ଗଣିଆ ବ୍ଳକ କିଶୋର ପ୍ରସାଦ ଗ୍ରାମର ଗିରିଶ କୁମାର ମିଶ୍ରଙ୍କୁ ମିଳିଛି କଳା କ୍ଷେତ୍ର ସମ୍ମାନ ।

ଅନେକ ନାଟକ,ଭଜନ,ମଞ୍ଚରେ ଅଭିନୟ କରି ସେ ସଫଳତା ସାଉଁଟି ଛନ୍ତି । ଭୂବନେଶ୍ବରର ଗାନ୍ଧୀ ନଗର ଠାରେ ରାଜ୍ୟ ସ୍ତରୀୟ କଳା କ୍ଷେତ୍ର ମହୋତ୍ସବରେ ନାଟକ ଓ ଅଭିନୟରେ ପ୍ରଶଂସନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କଳା କ୍ଷେତ୍ର ଓଡିଶାର ସଭାପତି ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସମ୍ମାନିତ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ପ୍ରତିଷ୍ଠାତା ସଦସ୍ୟ ତଥା ସମ୍ପାଦକ ବାସୁଦେବ ମାଳବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ । କଳା ସଂସ୍କୃତିର ପ୍ରଚାର ପ୍ରସାର କରିବାକୁ ଏହି ଅନୁଷ୍ଠାନ ଅଗ୍ରସର ହେଉଥିବା ବେଳେ ଗ୍ରାମାଞ୍ଚଳରେ ଥିବା କଳାକାର ମାନଙ୍କୁ ସମ୍ମାନୀତ କରି ସେମାନଙ୍କର ପ୍ରତିଭାକୁ ବିକଶିତ କରିବାକୁ ପ୍ରଚେଷ୍ଟା ଜାରି ରଖିଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
