ଜଗତସିଂହପୁର ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଅନୁଷ୍ଠିତ

କୃଷି, କୃଷକଙ୍କୁ ନେଇ ଓଡ଼ିଶାର ସ୍ଵପ୍ନ ସାକାର* ଚାଷୀଙ୍କ ମୁହଁରେ ଫୁଟିଲା ହସ* ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତାଆଙ୍କର- ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଅନୁଷ୍ଠିତ ହୋଇ ଯାଇଛି । କୃଷକ ମାନେ ହେଉଛନ୍ତି ଅନ୍ନଦାତା । କୃଷକ ମାନେ କଠିନ ପରିଶ୍ରମ କରି ସମଗ୍ର ବିଶ୍ୱ କୁ ଖାଦ୍ୟ ଯୋଗାଇ ଥିବାରୁ ସମସ୍ତ କୃଷକ ସମାଜକୁ ଜିଲ୍ଲା ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । – ଜଗତସିଂହପୁର ଜିଲ୍ଲାର ପ୍ରାୟ 80 ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାଆନ୍ତି । ଓଡ଼ିଶା କୃଷି ଓ କୃଷକ ମାନଙ୍କୁ ନେଇ ଦେଖିଥିବା ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହୋଇଛି । ଓଡ଼ିଶା ସରକାର ଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶାର FCI କୁ ଧାନ ଯୋଜନାରେ ଓଡିଶା ଆଜି ଏକ ନମ୍ବର ରାଜ୍ୟ ହୋଇଛି । କୃଷି କ୍ଷେତ୍ରରେ ଯାନ୍ତ୍ରିକ କରଣ ଏକ ବୈପ୍ଳବୀଙ୍କ ପରିବର୍ତ୍ତନ ଆଣି ପାରିଛି ଓ ଜଗତସିଂହପୁର ଜିଲ୍ଲା ଏହି ସଫଳତା ପାଇବାରେ ଅନ୍ୟତମ ବୋଲି ଅତିଥି ମାନେ କହିଛନ୍ତି । ଜଗତସିଂହପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା । ଜଗତସିଂହପୁର ଜିଲ୍ଲାର ଉଭୟ ପାର୍ଶ୍ବରେ ତାଳଦଣ୍ଡା ଓ ମାଛଗାଁ ଓ କେନାଲ କରିଥିବା ସହିତ ଦେବୀ ଓ ମହାନଦୀ ଉର୍ଣ୍ଣତ ଜଳସେଚନ ବ୍ୟବସ୍ଥା ଯୋଗାଇଛି ଜଗତସିଂହପୁର ଜିଲ୍ଲାକୁ । ଏହା ଦ୍ୱାର ଜିଲ୍ଲାର ହଜାର ହଜାର ଚାଷୀ ଲାଭବାନ ହୋଇ ପାରିଛନ୍ତି । ଏହି ମେଳାରେ ଉର୍ଣ୍ଣତ କୃଷି ଯନ୍ତ୍ର ପାତି ପ୍ରଦର୍ଶନ ଓ ବିକ୍ରୟ ପାଇଁ ସରକାରୀ ଆର୍ଥିକ ସହାୟତା, ସଚେତନତା ଓ କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ବିଶେଷ ରିହାତି ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।- ତେବେ କୃଷି ଯନ୍ତ୍ର ପାତି ମେଳା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଚାଷୀ ମେଳା ବୁଲିବା ସହିତ କୃଷି ସମ୍ବର୍ଦ୍ଧିୟ ଉର୍ଣ୍ଣତ ଜ୍ଞାନ କୌଶଳ ତାଲିମ ନେଇ ସଫଳ ଚାଷୀ ହୋଇ ପାରିବେ ଚାଷୀମାନେ ମତ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ Rita ସାହୁ

Leave a Reply

Your email address will not be published. Required fields are marked *