କନ୍ଧମାଳ ଜିଲ୍ଲା ସ୍ତରୀୟ ବ୍ଯାଡମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ସବ୍ଯସାଚୀ ଦଲାଲ ଚମ୍ପିଅନ

କନ୍ଧମାଳ ଜିଲ୍ଲା ସ୍ତରୀୟ ବ୍ଯାଡମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ସବ୍ଯସାଚୀ ଦଲାଲ ଚମ୍ପିଅନ ।

କନ୍ଧମାଳ ୦୯/୦୭/୨୦୨୫ ଫୁଲବାଣୀ ବ୍ଯାଡମିନ୍ଟନ ଆସୋସିଏସନର ଆୟୋଜନରେ, ଫୁଲବାଣୀ ଇନଡୋର ଷ୍ଟାଡିୟମ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବ୍ଯାଡମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସବ୍ଯସାଚୀ ଦଲାଲ ସିନିୟର ବର୍ଗର ସିଙ୍ଗଲ୍ସରେ ଚମ୍ପିଅନ ଟ୍ରଫି ହାସଲ କରିଛନ୍ତି ଓ ରନର୍ସ ଅପ୍ ହୋଇଛନ୍ତି ସମ୍ବିତ କୁମାର ପ୍ରଧାନ ।ରବିବାର ଦିନ ଅନୁଷ୍ଠିତ ଏହି ଉଦଯାପନୀ ସନ୍ଧ୍ୟାରେ ମୁଖ୍ଯ ଅତିଥି ଭାବେ, କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶଚନ୍ଦ୍ର ଜେନା ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ ଯୋଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଖେଳର ବିଜେତା ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦେଇଥିଲେ ଏହି ଅବସରରେ ତାଙ୍କ ସହିତ କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନର ସଭାପତି ଶ୍ରୀ ଅଶୋକ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବେନ୍ଦ୍ର ପାତ୍ର, ସମ୍ପାଦକ ଶ୍ରୀ ଦୀପକ କୁମାର ମହାନ୍ତି, ଉପସଭାପତି ଶ୍ରୀ ସନ୍ଯାସୀ ବାରିକ, କୋର୍ଡିନେଟର ଶ୍ରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ଯ ପ୍ରତିଯୋଗିତାମାନଙ୍କ ମଧ୍ୟ୍ୟରେ ସିନିୟର ବର୍ଗର ଡବଲ୍ସରେ ମଧ୍ୟ ସବ୍ଯସାଚୀ ଦଲାଲ ଓ ତାଙ୍କର ପାର୍ଟନର ଆଶିଷ କୁମାର ସେଠୀ ଚମ୍ପିଅନ୍, ଓ ସାଶ୍ୱତ କୁମାର ସିଂ ଓ ତାଙ୍କର ପାର୍ଟନର କୃପାସିନ୍ଧୁ ମହାରଣା ରନର୍ସଅପ୍ ହୋଇଛନ୍ତି ।ସେହିପରି ୫୫ ବର୍ଷ ବର୍ଗର ଡବଲ୍ସରେ ପ୍ରଶାନ୍ତ କୁମାର ବେହେରା ଓ ତାଙ୍କର ପାର୍ଟନର ବବ୍ରୁବାହାନ ବେହେରା ଚମ୍ପିଅନ ହୋଇଥିବା ବେଳେ ରନର୍ସଅପ୍, ପ୍ରମୋଦ କୁମାର ନାୟକ ଓ ପ୍ରଫୁଲ୍ଲ ରାଉତ ହୋଇଛନ୍ତି। ୩୫ ବର୍ଷ ବର୍ଗରେ,ସବ୍ଯସାଚୀ ଦଲାଲ ଓ ପ୍ରଶାନ୍ତ କୁମାର ମହାନ୍ତି ଚମ୍ପିଆନ୍ ହୋଇଥିବାବେଳେ କୃପାସିନ୍ଧୁ ମହାରଣା ଓ କାହ୍ନୁ ମହାରଣା ରନର୍ସଅପ୍ ହୋଇଛନ୍ତି ।ମହିଳା ବର୍ଗର ଡବଲ୍ସରେ ଏକ୍ଲିସିଆ ସିଲ୍ପା ଦିଗାଲ ଓ ଜୟଶ୍ରୀ ମଲ୍ଲିକ ଚମ୍ପିଅନ ଏବଂ ଅଲିଭାସୁନେଲି ପ୍ରଧାନ ଓ ଦାଲିନା ପ୍ରଧାନ ରନର୍ସଅପ୍ ହୋଇଛନ୍ତି । ୧୮ ବର୍ଷ ରୁ କମ୍ ବର୍ଗର ସିଙ୍ଗଲ୍ସ ପ୍ରତିଯୋଗିତାରେ ଜୁଜଙ୍ଗ କହଁର ଚମ୍ପିଅନ ଓ ଅଭିଜୀତ କହଁର ରନର୍ସ ହୋଇଥିବାବେଳେ ଡବଲ୍ସରେ ଚିନ୍ମୟଜୀତ୍ ମେକାପ ଓ ତାଙ୍କର ପାର୍ଟନର ଶୁଭମ ସାହୁ ଚମ୍ପିଅନ ଏବଂ ଜୁଜଙ୍ଗ କହଁର ଓ ସାକିତ୍ ସ୍ବରୁପ ନାୟକ ରନର୍ସ ହୋଇଛନ୍ତି ।ଏହି ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ସମେତ ବାଲିଗୁଡ଼ା,ଘୁ.ଉଦୟଗିରି, ଟିକାବାଲି, ଫିରିଙ୍ଗିଆ ସମେତ ଅନ୍ୟାନ୍ୟ ଅଞ୍ଚଳର ୭୦ ରୁ ଅଧିକ ଖେଳାଳି ଭାଗ ନେଇଥିଲେ। ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଲଗାତାର ଭାବେ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଟୁୁର୍ଣ୍ଣାମେଣ୍ଟ ଅତି ସୁନ୍ଦର ଭାବରେ ଆୟୋଜନ କରିଥିବାରୁ ବ୍ଯାଡମିନ୍ଟନ ପ୍ରେମୀ ମାନଙ୍କୁ ଉତ୍ସାହିତ କରିବା ସହିତ ନୁଆ ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଖେଳାଳି ମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *