ରାଜ୍ୟସ୍ତରୀୟ ଚାକାଆଖି କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନଲ

ରାଜ୍ୟସ୍ତରୀୟ ଚାକାଆଖି କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନଲ, ବାପୁଜୀ ସ୍ପୋଟିଂ ଭୁବନେଶ୍ୱର ବିଜୟୀ। ୧୪ କୋଟି ଟଙ୍କାରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ଖୁବ୍ ଶିଘ୍ର – ବିଧାୟକ। ଧର୍ମଶାଳା– ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସହାଣିଡିହ ପଂଚାୟତ ରାମଚନ୍ଦ୍ରପୁର ଠାରେ ଚାଲିଥିବା ସର୍ବଭାରତୀୟ ଚକାଆଖି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇଲନାଲ ଖେଳ ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳ ବାପୁଜୀ କ୍ଲବ ଭୁବନେଶ୍ଵର ଓ ୟୁନୀୟନ୍ ସ୍ପୋଟିଂ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୟୁନିୟନ ସ୍ପୋଟିଂ କଟକ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭର ଖେଳି ୭ ୱିକେଟ ହରାଇ ୧୯୫ ରନ ସଂଗ୍ରହ କରିଥିଲା। ଜବାବ ରେ ବାପୁଜୀ ସ୍ପୋଟିଂ ୧୯.୪ ଓଭର ଖେଳି ୬ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା। ଦଳ ପକ୍ଷରୁ ୫୫ ବଲରେ ୮୩ ରନ କରି ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲା ବେଳେ ଜୟନ୍ତ କୈବର୍ତ୍ତ ମ୍ୟାନ ଅଫ୍ ଦି ସିରିଜ୍ ଭାବେ ଘୋଷିତ ହୋଇଥିଲେ। ମୁଖ୍ୟ ଅତିଥି ଭାବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗ ଦେଇ ପରାଜିତ ଦଳ ୟୁନିୟନ ସ୍ପୋଟିଂ କଟକକୁ ରନର୍ଶ ଅଫ ଓ ବାପୁଜୀ କ୍ଲବ ଭୁବନେଶ୍ଵରକୁ ବିଜୟୀ ଟ୍ରଫି ପ୍ରଦାନ କରିଥିଲେ। ତପନ ଖିଲାର ଭାଷ୍ୟକାର ଭାବେ ଓ ଗୋପୀନାଥ କରଣ ସ୍କୋରର ଭାବେ କାର୍ଯ୍ୟ ପରିଚାଳନା କରିଥିଲେ। ଗ୍ରାମାଞ୍ଚଳରେ ଭବ୍ୟ ଆୟୋଜନରେ ରାଜ୍ଯ ସ୍ତରୀୟ ଖେଳ ହେଉଥିବାରୁ ବହୁ ସଂଖ୍ୟାରେ ଦର୍ଶକ ଖେଳକୁ ମନଭରି ଉପଭୋଗ କରିଥିଲେ। ଏହି ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଥିଲେ ଯେ ସ୍ଥାନୀୟ ଲୋକ ମାନଙ୍କ ଦାବି ଅନୁଯାୟୀ ଏଠାରେ ଏକ ବ୍ଲକ ସ୍ତରୀୟ କ୍ରିକେଟ ଷ୍ଟାଡ଼ିୟମ ନିର୍ମାଣ କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ଜମିକୁ ନେଇ ଯେଉଁ ସମସ୍ୟା ରହିଥିଲା ତାହା ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ଦୂର ହୋଇଯାଇଛି। ଏବେ ଆପଣ ମାନଙ୍କ ଅଞ୍ଚଳର କ୍ରୀଡାର ବିକାଶ ପାଇଁ ୧୪ କୋଟି ଟଙ୍କା ବ୍ୟୟରେ ଏକ ମିନି ଷ୍ଟାଡିୟମ ଏଠାରେ ନିର୍ମାଣ କରାଯିବ। ଧର୍ମଶାଳାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁ ସହଯୋଗ କରିବାକୁ ଆଗ୍ରହୀ ଥିବା ବେଳେ ସମସ୍ତଙ୍କ ସହଯୋଗ ରେ ଧର୍ମଶାଳା ବିକଶିତ ହୋଇପାରିବ ବୋଲି କହିଥିଲେ। ସାମ୍ୱାଦିକ ବସନ୍ତ ନାୟକ, ପରମାନନ୍ଦ ସାହୁ, କାଶୀନାଥ ବାରିକ ଙ୍କ ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବୁଦ୍ଧିଜୀବୀ ଶିକ୍ଷାବିତ ଓ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। , ମହାବିନାୟକ ଲଘୁ ଖଣିଜ ପରିବହନ ସଙ୍ଘ ସଭାପତି ଅଜାମ୍ବର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୁଭାସ ଚନ୍ଦ୍ର ନନ୍ଦ, ପୁର୍ବତନ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ଶିବ ଚରଣ ଜେନା, ପ୍ରମୁଖ ମଞ୍ଚାସିନ ଅତିଥି ମାନେ ଚକା ଆଖି କ୍ଲବ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବାରୁ ଆଗକୁ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେବା ସହ କ୍ରୀଡା ଗ୍ରାମାଞ୍ଚଳରେ ଭାଇଚାରା ସୃଷ୍ଟି କରେ ବୋଲି କହିଥିଲେ। ମୂଖ୍ୟ ଉପଦେଷ୍ଟା ସରୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *