ରାଜ୍ୟ ସ୍ତରୀୟ ନିମାପଡା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
।ନିମାପଡା () ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଏସ୍. ପି ଫାଉଣ୍ଡେସନ ପକ୍ଷରୁ 11 ତମ ରାଜ୍ୟ ସ୍ତରୀୟ ନିମାପଡ଼ା ଓପନ ଚେସ ଟୁର୍ଣ୍ଣାମେଣ୍ଟ 2025 ଅନୁଷ୍ଠିତ ହୋଯାଇଅଛି। ଏଇ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ 50 ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭା ପରିପ୍ରକାଶ କରିବା ସହ ଖେଳୁଆଡ଼ ମନୋଭାବ ପ୍ରତିଯୋଗୀ ମାନଙ୍କୁ ଆଗକୁ ନେବାର ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ଏହି ପ୍ରତିଯୋଗିତାରେ ସଂଜିବନ ନାୟକ ପ୍ରଥମ ସ୍ଥାନ ,ଦ୍ୱତୀୟ ସ୍ଥାନ ଲଳିତ ରଞ୍ଜନ ସାହୁ ପାଇଥିଲେ।। ଅନ୍ୟ ଖେଳାଳି ମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ.ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କ୍ଷୀରୋଦ କୁମାର ରାୟ ମହାପାତ୍ର, ସମ୍ମାନୀୟ ଅତିଥି ଭାବରେ ନିର୍ମଳ କୁମାର ମିଶ୍ର, ଶରତ ପ୍ରଧାନ,ଶ୍ୱେତପର୍ଣ୍ଣ ରାୟ ମହାପାତ୍ର ଯୋଗ ଦେଇଥିଲେ। ଗଙ୍ଗାଧର ଓଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
