କୋଣାର୍କ ରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କୋଣାର୍କ ,୧୮-୦୪ ଆସନ୍ତା ୨୦ ତାରିଖରୁ କୋଣାର୍କ ସ୍ପୋର୍ଟସ ଏକାଡେମୀ ପକ୍ଷରୁ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ପ୍ରଥମ ରାଜ୍ୟ ସ୍ତରୀୟ କୋଣାର୍କ କପ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ବୋଲି କୋଣାର୍କ ସ୍ପୋର୍ଟସ ଏକାଡେମୀ ପକ୍ଷରୁ କୋଣାର୍କ ଯାତ୍ରୀନିବାସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୨୦ ଏପ୍ରିଲ ଠାରୁ ୨୮ ଏପ୍ରିଲ ଆଠ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରିକେଟ ମହାସମରରେ ୨୦ ଓଭର ବିଶିଷ୍ଟ ମ୍ୟାଚ ଏବଂ ଏହି ମ୍ୟାଚ ଗୁଡିକ ରେ ଧଳା ଡ୍ୟୁଜ ବଲ ଓ ମ୍ୟାଟ ମାଧ୍ୟ୍ୟମରେ ଖେଳା ଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ବାର୍ଟର ଫଇନାଲ ମ୍ୟାଚରେ ପୁରୀ ମହାବୀର ସହ ଭୁବନେଶ୍ୱର ମୁକ୍ତେଶ୍ଵର କ୍ରିକେଟ କ୍ଲବ, ଦ୍ଵିତୀୟ କ୍ବାର୍ଟର ଫାଇନାଲରେ ଖୋର୍ଦ୍ଧା ରୋଡ଼ ଇଷ୍ଟ କୋଷ୍ଟ ରେଲୱେ ଓ ବ୍ରହ୍ମପୁରର ଆଲଫା ସ୍ପୋର୍ଟିଂ କ୍ଲବ ମଧ୍ୟରେ, ତୃତୀୟ କ୍ବାର୍ଟର ଫାଇନାଲରେ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଂ ଓ କଟକ ଜୁଭେନାଲ ସ୍ପୋର୍ଟିଂ ମଧ୍ୟରେ , ଚତୁର୍ଥ କ୍ବାର୍ଟର ଫାଇନାଲରେ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ଓ ରାଉରକେଲାର ସ୍ପୋର୍ଟସ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚୀ ପ୍ରକାଶ ପାଇଛି। ୨୨ ଅପ୍ରିଲରେ ପ୍ରଥମ ସେମିଫାଇନାଲ ଓ ୨୬ ତାରିଖରେ ଦ୍ଵିତୀୟ ସେମିଫାଇନାଲ ସହ ୨୮ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପ୍ରତ୍ୟହ ଏହି ମ୍ୟାଚ ଅପରାହ୍ନ ୧ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ହେବ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା , କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି । ଚମ୍ପିୟାନ ଦଳକୁ ଟ୍ରଫି ସହ ୩୫ ହଜାର ଟଙ୍କା, ରନର୍ସ ଦଳକୁ ଟ୍ରଫି ସହ ୨୫ ହଜାର ଟଙ୍କା ପୁରସ୍କୃତ କରାଯିବ । ଏଥିସହ ମ୍ୟାନ ଅଫ ଦି ମ୍ୟାଚ ,ମ୍ୟାନ ଅଫ ସିରିଜ ଖେଳାକିଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବ ବୋଲି ସ୍ପୋର୍ଟସ ଏକାଡେମୀର ସଭାପତି ଚନ୍ଦ୍ରଶେଖର ରାଉତରାୟ ପ୍ରକାଶ କରିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଣାର୍କ ସ୍ପୋର୍ଟସ ଏକାଡେମୀର କୋଷାଧକ୍ଷ ଶିଶିର କୁମାର ସେଠ, ସମ୍ପାଦକ ରମାକାନ୍ତ ଖଟୋଇ , ଉପସଭାପତି ରଶ୍ମିରଞ୍ଜନ ବିଶ୍ୱାଳ, ରମେଶ ସ୍ୱାଇଁ, ପ୍ରସନ୍ନ ମହାନ୍ତି, ମଙ୍ଗୁଳି ମୁଦୁଲି, ବିଶ୍ୱଜିତ୍ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *