ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ

ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ
ରାୟଗଡ଼ା-୧୦/୨-ରାୟଗଡ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସର ଶୁଭାରମ୍ଭ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଭି ସରୋଜିନୀ ଦେବୀ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା କିଶୋର କୁମାର ବରାହୀ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୁମା ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତି ଦେଓ, ଏବଂ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜାରାମ ସମେତ ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ଜାତୀୟ କୃମିନାଶକ ଦିବସ ବର୍ଷ କୁ ଦୁଇଥର ଫେବୃଆରୀ ଓ ଅଗଷ୍ଟ ମାସ ରେ ପାଳନ ହୁଏ । ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାମାନେ ଫେବୃଆରୀ ୧୦ ତାରିଖ ଦିନ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ କୃମିନଶକ ବଟିକା ଖାଆନ୍ତି ଏବଂ ଅଣ ପଞ୍ଜୀକୃତ ଏବଂ ବିଦ୍ୟାଳୟ ଯାଉ ନଥିବା ପିଲାମାନେ ଏବଂ ୨୦-୨୪ ବର୍ଷ ର ପ୍ରଜନନ କ୍ଷମ ମହିଳା (ପ୍ରସୂତି ଏବଂ ଗର୍ଭବତୀ ବ୍ୟତୀତ) ମାନେ ଅଙ୍ଗନୱାଡ଼ି କେନ୍ଦ୍ରରେ ଫେବୃଆରୀ ୧୦ ତାରିଖ ଦିନ କୃମି ବଟିକା ଖାଇବେ। ଯେଉଁ ପିଲାମାନେ କୌଣସି କାରଣ ବଶତଃ କୃମୀନାଶକ ଦିବସ (ଫେବୃଆରୀ ୧୦) ରେ ଏହି ବଟିକା ଖାଇପାରି ନ ଥାଆନ୍ତି, ସେମାନେ ଚଳିତ ମାସର ୧୭ ତାରିଖ ଦିନ ବା ମପ ଅପ୍ ଦିବସ ରେ ବଟିକା ସେବନ କରିବେ |
ବିଦ୍ୟାଳୟ ଏବଂ ଅଙ୍ଗନୱାଡିଭିତ୍ତିକ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ନିରାପଦ | ଏହି କାର୍ଯ୍ୟକ୍ରମ ଦ୍ୱାରା ଏହି ସ୍ବାସ୍ଥ୍ୟ ସେବା ପ୍ରତି ପିଲାଙ୍କ ନିକଟରେ ପହଞ୍ଚିପାରୁଛି। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ହେବା ଦ୍ୱାରା ବିଦ୍ୟାଳୟରେ ଅନୁପସ୍ଥିତି ହ୍ରାସ ହେବା ସହିତ ଏହା ପିଲାମାନଙ୍କୁ ଏକ ସୁସ୍ଥ, ପୁଷ୍ଟିକର ପରିବେଶ ପ୍ରଦାନ କରିବାରେ ସହାୟକ ହେଉଛି । ପିଲାମାନଙ୍କୁ କୃମି ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଆଲବେଣ୍ଡାଜୋଲ ବଟିକା ବେଶ ଲାଭଦାୟକ ହେଉଛି ଏବଂ ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବେଶ୍ ପ୍ରଭାବଶାଳୀ । ଆହୁରି ମଧ୍ୟ ଯେଉଁମାନେ କୃମି ଦ୍ଵାରା ସଂକ୍ରମିତ ହୋଇଥାନ୍ତି ସେମାନେ ପୁଷ୍ଟି ହୀନତା ଓ ରକ୍ତ ହୀନତା ଯୋଗୁଁ ସର୍ବଦା କ୍ଳାନ୍ତ ଅନୁଭବ କରନ୍ତି, ଏବଂ ତାଙ୍କର ଶାରୀରିକ, ମାନସିକ, ଓ ବୌଧିକ ବିକାଶ ରେ ବାଧା ପ୍ରାପ୍ତ ହୋଇଥାଏ । ସେଥିପାଇଁ ସରକାର ଏହି କାର୍ଯ୍ୟକ୍ରମ କୁ ପ୍ରାଥମିକ ତା ପ୍ରଦାନ କରୁଛନ୍ତି ।
ଜାତୀୟ କୃମିନାଶକ ଦିବସ ପ୍ରସ୍ତୁତି ପାଇଁ ଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କର ଦାୟିତ୍ୱ ଏବଂ ବଟିକା ଖାଇବାର ପଦ୍ଧତି ତଥା ଏହି କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ପାଇଁ କୃମିନାଶକ ଦିବସ ପୂର୍ବରୁ ତାଲିମ ଦିଆଯାଇଛି ଏବଂ ଏହିଁ କାର୍ଯ୍ୟକ୍ରମ ର ବହୁଳ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଥାଏ ।
ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ର ପ୍ରତ୍ୟକ୍ଷ ତତ୍ବାବଧାନ ରେ ଏହି ଜାତୀୟ କାର୍ଯ୍ୟକ୍ରମ କରାଯାଉଅଛି । ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *