ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ବିଜ୍ଞାନ ,ବାଣିଜ୍ୟ ଓ ଫାଉଣ୍ଡେସନ କୋର୍ସ ପାଇଁ ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ବ୍ୟାସନଗର; ୧୧/୦୧(ନି. ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ଠାରେ ୧୧ ଜାନୁଆରୀ ରବିବାର ଦିନ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ତଥା ଫାଉଣ୍ଡେସନ କୋର୍ସ ପାଇଁ ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୩୪୦୦ ରୁ ଉର୍ଦ୍ଧ୍ବ ଆଶାର୍ଥି ନିଜ ଭାଗ୍ୟ ନିର୍ଦ୍ଧାରିତ କରିଥିଲେ।ବହୁ ଦୂର ଦୁରାନ୍ତର ରୁ ଅନେକ ଆଶା ରଖି ପ୍ରବେଶିକା ପରୀକ୍ଷା ପାଇଁ ୩୪୦୦ ଆଶାର୍ଥି ପରୀକ୍ଷା ଦେବାକୁ ଆସିଥିଲେ। ଭୁବନେଶ୍ୱର କଟକ ଭଳି ଯାଜପୁର ରୋଡ଼ ବ୍ୟାସନଗର ଦେବ ରେ ବି ଭିଡ ପରିଲକ୍ଷିତ ହୋଇଥିଲା । ଅନୁଗୁଳ, କରଞ୍ଜିଆ, ମୟୂରଭଞ୍ଜ, ବାଲେଶ୍ୱର, ରାଇରଙ୍ଗପୁର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକ, ଭୁବନେଶ୍ୱର ସମେତ ଜିଲ୍ଲାର ଅବସ୍ଥିତ ବହୁ ପ୍ରତିଷ୍ଠିତ ବିଦ୍ୟାଳୟରୁ ଏଠାକୁ ପ୍ରବେଶିକ ପରୀକ୍ଷା ନିମନ୍ତେ ଛାତ୍ର ଛାତ୍ରୀ ଆସିଥିଲେ।ଏପରିକି ବାହାର ରାଜ୍ୟ ଝାଡ଼ଖଣ୍ଡ , ପଶ୍ଚିମ ବଙ୍ଗାଲ ରୁ ବି ପରୀକ୍ଷାର୍ଥୀ ଆସି ପହଞ୍ଚିଥିଲେ। ଛାତ୍ରଛାତ୍ରୀଙ୍କୁ ସାଢେ଼ ୧୦ ଟାରେ ପରୀକ୍ଷା ହଲ ଭିତରକୁ ପ୍ରବେଶ କରାଯାଇଥିଲା।୧୧ ଘଟିକା ଠାରୁ ୧ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା। ପରୀକ୍ଷା ଶେଷରେ ପିଲା ମାନଙ୍କ ମଧ୍ୟରେ ଅନେକ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ପୂର୍ବ ପରୀକ୍ଷା ପରିଣାମ ଯେପରିକି ଆଇଆଇଟି, ମେଡିକାଲ,ନାଇଜର ଭଳି ସଫଳତା କୁ ଆଖି ଆଗରେ ରଖି ଅଭିଭାବକଙ୍କ ଭିଡ ଜମିଥିଲା।ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପରୀକ୍ଷାର ପୂର୍ଣ୍ଣ ସହଯୋଗ କରିଥିଲେ। ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ,ସି ସି ଏ ପରିଚାଳକ ବଲବିର୍ ସିଂ ,ଉପପ୍ରଧାନାଚାର୍ୟ ଆର ଏନ ରୟତ ସିଂ ଓ କଲେଜ ଏକାଡେମୀକ କୋର୍ଡିଁନେଟର ଚକ୍ରଧର ପାଣି ଓ ଦୁଃଖବନ୍ଧୁ ବାରିକ ପରୀକ୍ଷାର ସୁ ପରିଚାଳନା ଦାଇତ୍ୱ ନିଭାଇଥିଲେ । ଆଇ ଟି କୋର୍ଡିନେଟର ବଳରାମ ନନ୍ଦ ଓ ଦିଲ୍ଲୀପ ରଥ ପରୀକ୍ଷା ପରିଚାଳନାରେ ପ୍ରମୁଖ ଦାୟୀତ୍ୱ ନିଭାଇଥିଲେ।ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ ଓ ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ପରୀକ୍ଷା ସମ୍ବନ୍ଧୀୟ ତଥା ଫାଉଣ୍ଡେସନ କୋର୍ସର ବିଶେଷ ବିବରଣୀ ଅଭିଭାବକଙ୍କ ସମ୍ମୁଖରେ ତଥ୍ୟ ପ୍ରଦାନ କରିଥିଲେ। ଅନାମିକା ଜଗଦୀଶ,ସ୍ଵୟଂ ସମ୍ପୂର୍ଣା ମିଶ୍ର କଲେଜ ପାଠ୍ୟକ୍ରମ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ। ମାର୍କେଟିଂ ମୁଖ୍ୟ ପରିଚାଳକ ଆଲେ ଯହୁର୍ ଖାନଙ୍କ ସହ ରାଜେନ୍ଦ୍ର ରାଉତ,ଉପେନ୍ଦ୍ର ବେହେରା,ଏମ ଡି ସମିମ,ଅରବିନ୍ଦ ନାୟକ,ସତ୍ୟ ବେହେରା,ଅରବିନ୍ଦ ସ୍ୱାଇଁ,ସନ୍ତୋଷ ,ରତ୍ନାକର ଦାସ,ଅମିତ୍ ବେହେରା,ଚିନ୍ମୟ ମଲ୍ଲିକ,ନୀତିନ ଥାଟୋଇ ପୂର୍ଣ୍ଣ ସହଯୋଗ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଛାତ୍ରଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।  

Leave a Reply

Your email address will not be published. Required fields are marked *