ଉତ୍କଳ ସମ୍ମିଳନୀର ଜିଲ୍ଲା ସ୍ତରୀୟ ପ୍ରତିଷ୍ଠା ଦିବସ

ଉତ୍କଳ ସମ୍ମିଳନୀର ଜିଲ୍ଲା ସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ
ମାଲକାନଗିରି,୩୦।୧୨:ମାଲକାନଗିରି ଜିଲ୍ଲା ସଦର ମହକୁମା ଉତ୍କଳ ସାମ୍ବାଦିକ ସଂଘ ପ୍ରକୋଷ୍ଟରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଜିଲ୍ଲା ଶାଖା ଆନୁକୁଲ୍ୟରେ ୧୨୩ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛିା ଏହି ଦିବସ ପାଳନ ଅବସରରେ ମଙ୍ଗଳବାର ସକାଳ ୮ ଘଟିକା ସମୟରେ ଜିଲ୍ଲା ସର୍କିଟ୍ ହାଉସ ପରିସରରେ ଉତ୍କଳ ସମ୍ମିଳନୀର ପ୍ରତୀଷ୍ଟାତା ତଥା ଉତ୍କଳ ଗୌରବ ମଧୁ ସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ ସହ ତାଙ୍କର ସ୍ମୁତିଚାରଣ କରଯାଇଥିଲା। ଏହାପରେ ପରେ ପରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘରେ ଆୟୋଜିତ ସଭାର ପ୍ରଥମ ପର୍ଯ୍ୟାୟରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରିବେଷଣ କରି ସଭା କାର୍ଯ୍ୟ ଆରମ୍ଭ କରଯାଇଥିଲା। ଜିଲ୍ଲା ଶାଖା ସଭାପତି ଦୁଷ୍ମନ୍ତ କୁମାର ଜେନା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମୁଖ୍ୟବକ୍ତା ଭାବେ ଡ.ଶରୋଜ କୁମାର ଦାସ, ସମ୍ମାନୀୟ ଅତିଥି ଭାବେ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖାର ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଅଶୋକ ମିଶ୍ର, ଶିକ୍ଷକ ତାରକ ମଣ୍ଡଳ ପ୍ରମୁଖ ମଂଚାସୀନ ଥିଲୋ ମୁଖ୍ୟ ଅତିଥିଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ସହ ସ୍ମୂର୍ତି ଫଳକ ଦେଇ ସମ୍ବର୍ଦ୍ଧନା ସହ ମଞ୍ଚାସୀନ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ମାନିତ କରଯାଇଥିଲା। ସମସ୍ତ ବକ୍ତା ମଧୁବାବୁଙ୍କ ଜିବନୀ ଓଡିଶାର ଅର୍ଧ ଶତାବ୍ଦୀର ଇତିହାସ ଉପରେ ଆଲୋଚନା କରିଥିଲୋ ମଧୁବାବୁଙ୍କ ମାନସ ପୁତ୍ର ଉତ୍କଳ ସମ୍ମିଳନୀ ୧୯୦୩ରେ ଗଠିତ ହୋଇ ୩୩ ବର୍ଷ ସଂଗ୍ରାମ କରି ଓଡିଶାକୁ ଭାଷା ଭିତିକ ପ୍ରଦେଶ ଭାବେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରା ଯାଇ ପାରିଥିଲା ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଅଭିହିତ କରିଥିଲୋ ଏହି ଅବସରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ସୀମାବର୍ତ୍ତି ସ୍ଥାନ ମାନନଙ୍କରେ ଓଡିଆ ଭାଷାର ବହୁଳ ପ୍ରଚାର ପ୍ରସାର ସହ ଏହାର ମର୍ଜ୍ୟଦା ରକ୍ଷା କରିବା ପାଇଁ ସମସ୍ତଙ୍କୁ ଅୱ୍ହାନ ଦିଆଯାଇଥିଲା। ସେହିପରି ସଭାର ଦ୍ଵିତ୍ତୀୟ ପର୍ଯ୍ୟାୟରେ କବିତା ପାଠ କାର୍ଯ୍ୟକ୍ରମ କରଯାଇଥିଲା। ଏଥିରେ ରଞ୍ଜିତା ଦାସ, ଭାରତୀ ଦେବୀ, ମଧୁସ୍ମିତା ସେନାପତି, କନକ ଲତା ମାଝି, ସଞ୍ଜୁକ୍ତା ନାୟକ ପ୍ରମୁଖ କବିତା ପାଠ କରିଥିଲେ। ସେହିପରି ପ୍ରଶାନ୍ତ କୁମାର ପରିଡା କବିତା ସଂଯୋଜନା କରିଥିଲେ। ପରେ ପରେ ସମସ୍ତ କବିତା ପାଠ କରିଥିବା କବିୟତ୍ରୀ ଓ କବି ମାନଙ୍କୁ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଏହି ସଭା କାର୍ଯ୍ୟକୁ ଶିକ୍ଷକ ସମୀର ରଥ ପରିଚାଳନା କରିଥିବା ବେଳେ, ଉପ ସଭାପତି ଗଣେଶ ଜେନା ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶାଖା ଉପ ସଭାପତି ଲମ୍ବୋଦୋର ତୁରୁକ, ଉପଦେଷ୍ଟା ରଞ୍ଜନ କୁମାର ସ୍ଵାଇଁ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଉପସଭାପତି ରଂଜିତ କୁମାର ନାୟକ, ଚିତରଂଜନ ସରକାର, ପ୍ରମୋଦ କୁମାର ପଣ୍ଡା, କଳ୍ପତରୁ ନାୟକ, ରାମ ପ୍ରସାଦ ପାଢୀ, ବସନ୍ତ ରାଉତ, ମନୋରଞ୍ଜନ ବେହେରା, ଜୟଦେବ ରାଉଳ, ବାବାଜୀ ଚରଣ ସ୍ଵାଇଁ, ସୁରେନ୍ଦ୍ର ମଲ୍ଲିକ, ଜୟଦେବେ ପଣ୍ଡା ପ୍ରମୁଖଙ୍କ ସହ ୮୦ରୁ ଊର୍ଦ୍ଧ୍ଵ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *