ସ୍ବାମୀ ଅରୂପାନନ୍ଦ ଡିଗ୍ରୀ କଲେଜ ଅଧ୍ୟକ୍ଷ ଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା।

ରଘୁନାଥପୁର ତା ୨୫/୧:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କୣତାଙ୍ଗସ୍ଥିତ ସ୍ଵାମୀ ଅରୂପାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ର ଆଦର୍ଶ ଅଧ୍ୟକ୍ଷ ଦୟାନିଧି ରାଉତରାୟ ଙ୍କୁ ପବିତ୍ର ସରସ୍ଵତୀ ପୂଜାଅବସରରେ ଓଡିଶା ବିକାଶ ମହାମଞ୍ଚ ପକ୍ଷରୁ ଭୂବନେଶ୍ବର ସ୍ଥିତ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଅଧ୍ୟକ୍ଷ ଶ୍ରୀ ରାଉତରାୟ ଏକ ତାତୀୟଭାଷା ସାହିତ୍ୟ,ସାସ୍କୣତିକ ଅନୁଷ୍ଠାନ ପ୍ରତିଷ୍ଠାକରି ଏକ ରାଜ୍ୟସ୍ତରୀୟ ଆଗାମୀ ଓଡିଶା ନାମରେ ଏକ ବିଶେଷାଙ୍କ ପ୍ରକାଶ କରିଥିଲେଥିଲା।ଜାହାକି ସେତେବେଳେ ତତକାଳୀନ ମୁଖ୍ୟମନ୍ତ୍ରୀ ଙ୍କ ପକ୍ଷରୁ ତାଙ୍କୁ ୨୦୧୫ମସିହା ଗୁରୁଦିବସ ଅବସରରେ ରାଜ୍ୟସମ୍ବର୍ଦ୍ଧନା ମିଳିଥିଲା।ରାଜ୍ୟର ସେ ଜଣେ ପ୍ରତିଭାବାନ ଶିକ୍ଷାବିତ ଭାବରେ ବିଭିନ୍ନ କଲେଜର ସେମିନାର କାର୍ଯ୍ୟକ୍ରମ ରେ ଯୋଗଦେବାସହିତ ବିଭିନ୍ନ ସୋଭେନିରରେ ତାଙ୍କ ଲେଖାମଧ୍ୟ ରାଜ୍ୟ ତଥା ଦେଶରେ ପ୍ରକାଶ ପାଇଥାଏ।ସେ ବହୁ ପୁସ୍ତକ,ପତ୍ରିକା ସଂଙ୍କଳନ ଓ ସମ୍ପାଦନ କରିଛନ୍ତି।ତାଙ୍କ ଦ୍ଵାରା ଏକ ଗୀତାଗବେଷଣା ଗ୍ରନ୍ଥ ବେଷଆଦୣତ ହୋଇଛି।ଏସିଆନ ଜର୍ନାଲ ଏବଂ ଇଣ୍ଟରନ୍ୟାସନାଲ ଜର୍ନାଲ ରେ ତାଙ୍କ ଲେଖା ପ୍ରକାଶିତ ହେଉଥିବାଜଣାଯାଇଛି।କେନ୍ଦ୍ର ସାହିତ୍ୟ ଏକଡେମି ଏବଂ ନେସନାଲ ବୁକ ଟ୍ରଷ୍ଟର ସେ ଜଣେ ଜଣାସୁଣା ବ୍ୟକ୍ତି ଅଟନ୍ତି।ଆହୁରି ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି,ଭାଷାସାହିତ୍ୟ ସଂସ୍କୃତି ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ବିଶେଷାଙ୍କ ତାଙ୍କ ର ପ୍ରକାଶ ପାଇଛି।ଏବେ ରାଜ୍ୟର ଏକ ଅନବଦ୍ୟ ଗ୍ରନ୍ଥ ଶହସ୍ରତତ୍ବ ଭଜନମାଳା ଏବଂ ତତ୍ବଶାସ୍ତ୍ର ସତ୍ୟଶହସ୍ରପଦ୍ୟ ରଚନା ତାଙ୍କର ଶେଷ ପର୍ଯ୍ୟାୟରେ ରହିଛି।ଅଧ୍ୟକ୍ଷ ଶ୍ରୀ ରାଉତରାୟ ଓଡ଼ିଆଭାଷା ସାହିତ୍ୟ ସଂସ୍କୂତି ପ୍ରତି ଯେଉଁ ଗବେଷଣା ବଜାୟ ରଖିଛନ୍ତି ତାହା ତାଙ୍କୁ ଦିନେ ଆଧାତ୍ମୀକଗୁରୁଗଣ୍ୟ ଭାବେ ଓଡିଶା ତଥା ବିଦେଶରେ ବିବେଚନା କରାଯିବ ତାହା ତିଳେମାତ୍ର ସନ୍ଦେହ ନାହିଁ।ଏହି ମହାନ କାର୍ଯ୍ୟାପାଇଁ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଅନେକ.ସମୟରେ ସମ୍ବର୍ଦ୍ଧନା କରାଯିବାସହିତ ଏବେ ଓଡିଶା ବିକାଶ ମହାମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା କରାଯାଇଛି।

Leave a Reply

Your email address will not be published. Required fields are marked *