ମାଲକାନଗିରି ଜିଲ୍ଲାରେ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ
ମାଲକାନଗିରି,୭/୧୨ସମଗ୍ର ରାଜ୍ୟରେ ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ବିଗତ ୭ ବର୍ଷ ଧରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କୋମଲମତି ଛାତ୍ର/ ଛାତ୍ରୀ ମାନଂକ ମଧ୍ୟରେ ସଙ୍କଳ୍ପବଦ୍ଧ ଭାବରେ , ଭାରତୀୟ ସନାତନ ସଂସ୍କୃତି ର ପ୍ରଚାର/ ପ୍ରସାରଉଦ୍ଦେଶ୍ୟରେ ଏହାର ମୂଳାଧାର ପବିତ୍ର ଗ୍ରନ୍ଥ ଗୀତାର ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସୁଛି। ସେହି କ୍ରମରେମିଶନ ତରଫରୁ ଆଜି ମାଲକାନଗିରି ଜିଲ୍ଲାରେ ବୁତିଗୁଡ଼ା ସ୍ଥିତ ସରକାରୀ ବିଦ୍ୟାଳୟରେ ଚାଳିତ ବର୍ଷର ରାଜ୍ୟସ୍ତରୀୟ ପ୍ରତିଯୋଗିତା କୁ ଜଗନ୍ନାଥ ଙ୍କ ପାଖରେ ସମର୍ପଣ ପୂର୍ବକ ଆରମ୍ଭ କରିଥିଲେ ନିମନ୍ତ୍ରିତ ଅତିଥି ଗଣ ଓ ସଂସ୍ଥାର ସମର୍ପିତ କର୍ମୀ, ଶ୍ରୀଯୁକ୍ତ ଗୋପବନ୍ଧୁ ମିଶ୍ର ଓ ତୁଷାର ମହାପାତ୍ର , ଯେଉଁଥିରେ ଜିଲ୍ଲା ର ବିଭିନ୍ନବ୍ଲକ୍ ର ଶିକ୍ଷା ଅନୁଷ୍ଠାନ ମାନଙ୍କରୁ ଚୟନ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କର ଦକ୍ଷତା ର ମୂଲ୍ୟାୟନ କରିଥିଲେ ଅଧ୍ୟାପକ ଡକ୍ଟର ସରୋଜ କୁମାର ଦାଶ, ପଣ୍ଡିତ ସୁକୁମାର ପଣ୍ଡାଓ ସୀତାରାମ ନନ୍ଦ।

ଏତଦବ୍ୟତୀତ ଅଧୁନ।ନ୍ତନ / ଆଧୁନିକ ଯୁଗରେ ଗୀତାର ଭୂମିକା ଓ ମାନବୀୟ ମୂଲ୍ୟବୋଧ ଭିତ୍ତିକ ସାରଗର୍ଭକ ଆଲୋଚନା କରିଥଲେ, ସ୍ବାମୀ ବିଶ୍ଵାମିତ୍ର।ନନ୍ଦ ଗିରି, ଦୁର୍ଗା ପ୍ରସାଦମହାପାତ୍ର ଓ ସୌମ୍ୟ ରଞ୍ଜନ ସାହୁ।ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଶ୍ଵିନୀ ମ।ଝି, ଗୌରାଙ୍ଗ ସଜ୍ଜନ,ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଖଣ୍ଡପ।ଣି , ଶିକ୍ଷୟତ୍ରୀ ରଶ୍ମିବ।ଳ। ରାଉତ ,ପ୍ରଣତି ନାୟକ , ବହୁ ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ସହଯୋଗ କରିଥିଲେ।ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା୯ ଜଣ ପ୍ରତିଯୋଗୀ ଙ୍କୁ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଅତିଥି ମାନଙ୍କ ଦ୍ଵାରା ଅନ୍ୟ ମାନଙ୍କୁପ୍ରଜ୍ଞାନ ମିଶନ ତରଫରୁ ପ୍ରତିବର୍ଷ ପରି ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା।
