ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଆଜି ୩୧/୮: ପୂର୍ବାହ୍ନ ୧୦ ଘଟିକା ସମୟରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଓଡ଼ିଆ ଜାତିର ପ୍ରାତଃସ୍ମରଣୀୟ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପୁରୀ ଜିଲ୍ଲାର ବ୍ରହ୍ମଗିରି କପିଳେଶ୍ୱରପୁର ଶାସନ (ପ୍ରଥମ ଶ’)ରେ ପବିତ୍ର ରାଧାଷ୍ଟମୀ ତିଥିରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଦସ୍ୟ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବକୁ ମାନ୍ୟବର ସାଂସଦ, ଲୋକସଭା ଡାକ୍ତର ସମ୍ବିତ ପାତ୍ର ଉଦଘାଟନ କରିଥିବା ବେଳେ ମାନ୍ୟବର ବିଧାୟିକା, ବ୍ରହ୍ମଗିରି ଶ୍ରୀମତୀ ଉପାସନା ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏହି ଉତ୍ସବରେ ଶ୍ରୀମତୀ ବବିତା ବରାଳ, ସରପଞ୍ଚ କପିଳେଶ୍ୱରପୁର ଗ୍ରାମପଞ୍ଚାୟତ, ଶ୍ରୀମତୀ ଗୋଲାପ ସ୍ୱାଇଁ, ସମିତି ସଭ୍ୟ, କପିଳେଶ୍ୱରପୁର ଗ୍ରାମପଞ୍ଚାୟତ, ଶ୍ରୀଯୁକ୍ତ ବୀରବର ଦାଶ, ସଭାପତି, କପିଳେଶ୍ୱରପୁର ଗ୍ରାମପଞ୍ଚାୟତ, ଶ୍ରୀଯୁକ୍ତ ସୁରେନ୍ଦ୍ର ଦାଶ, ସଭାପତି, ଅତିବଡ଼ୀ ଜଗନ୍ନାଥ ଦାସ ମେମୋରିଆଲ ଟ୍ରଷ୍ଟ ବୋର୍ଡ , ଉମାକାନ୍ତ ନାୟକ ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡାକ୍ତର ଅଂଶୁମାନ କର- ମୁଖ୍ୟବକ୍ତା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ହେମନ୍ତ କୁମାର ଛୋଟରାୟ ସମ୍ମାନନୀୟ ବକ୍ତା ଭାବରେ ଯୋଗଦାନ କରି ‘ଓଡ଼ିଆ ସାହିତ୍ୟ, ସମାଜ ଓ ସଂସ୍କୃତିର ଶ୍ରୀବୃଦ୍ଧି ସାଧନାରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଅବଦାନ’ ଶୀର୍ଷକରେ ନିଜନିଜର ବକ୍ତବ୍ୟ ରଖିଥିଲେ।

ପ୍ରାରମ୍ଭରେ ସିଦ୍ଧସାଧକ ଭାଗବତକାର ଅତିବଡ଼ୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ, ଧୂପ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦ୍ୱାରିକାନାଥ ବିଶ୍ୱାଳଙ୍କ ପରିଚାଳନାରେ ଅତିବଡ଼ୀ ଜଗନ୍ନାଥ ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ପ୍ରଧାନ, ବର୍ଷା ପ୍ରିୟଦର୍ଶିନୀ, କୁନ୍ଦନ ସ୍ୱାଇଁ, ବିଜୟଲକ୍ଷ୍ମୀ ସାହୁ ଭାଗବତ ପାଠ କରିଥିଲେ। ଏହି ଜୟନ୍ତୀ ସମାରୋହ ପାଳନରେ ସହଯୋଗ କରିଥିଲେ ଅତିବଡ଼ୀ ଜଗନ୍ନାଥ ଦାସ ମେମୋରିଆଲ ଟ୍ରଷ୍ଟ ବୋର୍ଡ, କପିଳେଶ୍ୱରପୁର ଶାସନ (୧ମ-ଶ) ।ଷ
ଶେଷରେ ପ୍ରଶାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *