ଜିଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ଠାରେ ଜିଲାପାଳଙ୍କ ଦ୍ୱାରା ଜିଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲାପାଳ ଭି.କୀର୍ତ୍ତି ଭାସନ ଉପସ୍ଥିତ ରହି ସମସ୍ତ ଅଭିଯୋଗ ଶୁଣିଥିଲେ।ଏହି ଅଭିଯୋଗ ଶୁଣାଣିରେ ଏସପି ରୋହିତ ବର୍ମା, ସିଡ଼ିଓ ବେଣୁଧର ଶବର,ସିଡିଏମଓ ବରଦା କାନ୍ତ ମିଶ୍ର,ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ,ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା, ଉଧ୍ୟାକ୍ଷା ଆରତୀ କୁଲଦୀପ ଉପସ୍ଥିତ ରହି ଥିଲେ ।ଏହି ଅଭିଯୋଗ ଶୁଣାଣିରେ ୫୮ଟି ଅଭିଯୋଗ ଆସିଥିଲା।ଏଥିରେ ପାନୀୟ ଜଳ, ରାସ୍ତା, ପ୍ରଟେକ୍ସନ ୱାଲ, ବିଦ୍ୟୁତ, ପ୍ରଧାନମନ୍ତ୍ରୀ ଆବାସ ଘର, ଭତ୍ତା,ଖଣି ଉପରେ ଅଭିଯୋଗ ହୋଇଥିଲା।ଏହାକୁ ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣେଇ ଅନଲାଇନ କରାଯାଇ ତୁରନ୍ତ କାର୍ଯ୍ୟକାରି କରାଯିବ ବୋଲି କହିଛନ୍ତି।ଏବଂ ଜଣେ ବିକଳାଙ୍ଗ ବିନୋଦ ମାଣ୍ଡିଙ୍ଗା ତିନି ତିନି ଥର ହେବ ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ରେ ଘର ଖଣ୍ଡିକ ପାଇଁ ବାରମ୍ବାର ଲିଖିତ ଭାବେ ଦେଇଥିଲେ ସୁଧ୍ୟା ଏପର୍ଯନ୍ତ ଘର ଖଣ୍ଡିକ ମିଳୁନାହିଁ ବୋଲି କହିଛନ୍ତି।ଏହାକୁ ନେଇ ଜିଲା ପାଳ ବର୍ତ୍ତମାନ ସର୍ବେ ଚାଲିଛି ପ୍ରଧାନମନ୍ତ୍ରୀ ଆବାସ ଯେଉଁ ମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ଘର ପ୍ରଦାନ କରାଯିବ ବୋଲି ଜିଲାପାଳ କହିଛନ୍ତି।ତେବେ ଦେଖିବାକୁ ରହିଲା କେବେ ଏହି ବିକଳାଙ୍ଗଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିକ ମିଳୁଛି।ଏହି ଅଭିଯୋଗ ଶୁଣାନୀରେ ବିଡ଼ିଓ ଗୁରେଶ୍ୱର ଭୋଇ, ତହସିଲଦାର ନୈବେଦ୍ୟ ଭୋଇ, ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ, ଅଧିକାରିଣୀ ମାନେ ଉପସ୍ଥିତ ରହି ଥିଲେ।

Leave a Reply

Your email address will not be published. Required fields are marked *