ଜାତୀୟ ସ୍ତରୀୟ ନ୍ୟାସନାଲ ଖୋ ଖୋ ଚମ୍ପିୟାନସିପ ଅନୁଷ୍ଠିତ

ଚଳିତ ମାର୍ଚ୍ଚ ମାସ ୩୧ ତାରିଖ ଠାରୁ ଏପ୍ରିଲ ମାସ ୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ତାଳବଣିଆ କ୍ରୀଡା ପଡିଆ ଠାରେ ୫୭ ତମ ଜାତୀୟ ସ୍ତରୀୟ ନ୍ୟାସନାଲ ଖୋ ଖୋ ଚମ୍ପିୟାନସିପ ଅନୁଷ୍ଠିତ ହେବାକୁ ଯାଉଛି ।ପୁରୁଷ ଏବଂ ମହିଳା ଦଳର ସମୁଦାୟ ୮୦ ଟି ଟିମ୍ ଏଥିରେ ଅଂଶଗ୍ରହଣ କରିଛନ୍ତି ।ଯେଉଁ ଦଳ ମାନେ ଉତ୍ତମ କ୍ରୀଡା ପ୍ରଦର୍ଶନ କରିବେ ସେମାନଙ୍କ ନିମନ୍ତେ ପୁରସ୍କାର ରାଶି ରହିଥିବା ବେଳେ ଶ୍ରେଷ୍ଠ ଆଠଟି ଦଳ କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋ ଖୋ ଫେଡରେଶନ ଅଫ ଇଣ୍ଡିଆ ର ସଭାପତି ସୁଧାଂଶୁ ମିତଲ ।ସମୁଦାୟ ୧୯୦ ଟି ମ୍ୟାଚ୍ ଖେଳା ଯିବ ଏବଂ ସମସ୍ତ ମ୍ୟାଚ୍ ଗୁଡ଼ିକ ମ୍ୟାଟ ରେ ଖେଳାଯିବ ।ତେଣୁ ଏହାସହ ପ୍ରଥମ ଥର ପାଇଁ ଖୋ ଖୋ କ୍ରୀଡ଼ାରେ ରିଭିଉ ସିଷ୍ଟମ ରହିବ ବୋଲି ସୂଚନା ଦେଇଛନ୍ତି ଖୋ ଖୋ ଫେଡରେଶନ ଅଫ ଇଣ୍ଡିଆ ର ସାଧାରଣ ସମ୍ପାଦକ ଏମ ଏସ ତ୍ୟାଗୀ ।ଏହି ମ୍ୟାଚ୍ ଗୁଡ଼ିକ ସମ୍ପୂର୍ଣ୍ଣ କ୍ୟାମେରା ପରିସରରେ ରହିବ।ଏହି ୫ ଦିନର ଏହି ମ୍ୟାଚ୍ ଗୁଡ଼ିକ ସିଧାପ୍ରସାରଣ କରାଯିବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ଖୋ ଖୋ ସଂଘର ସଂପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ।ତେଣୁ ଖୋ ଖୋ କ୍ରୀଡା କୁ ଉଚ୍ଚ ସ୍ତରକୁ ନେବା ନିମନ୍ତେ ସରକାର ପ୍ରତିଶ୍ରୁତି ବଦ୍ଧ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍,ଓଡ଼ିଶା ଖୋ ଖୋ ସଂଘର ସଭାପତି ଡ଼ ନାରାୟଣ ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।ଉକ୍ତ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଇଣ୍ଡିଆ କୋଚ ଅଶ୍ୱିନ ଶର୍ମା,ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *