ଯାଜପୁର ରୋଡ ସ୍ଥିତ ବ୍ୟାସନଗର ପବ୍ଲିକ ସ୍କୁଲ ପରିସରରେ ଇଷ୍ଟନ ସହୋଦୟ ସ୍କୁଲ କମ୍ପଲେକ୍ସ ପକ୍ଷରୁ ରାଜ୍ୟ ସ୍ତରୀୟ ଖୋ ଖୋ ଖେଳ ପ୍ରତିଯୋଗିତା
ଯାଜପୁର ରୋଡ ସ୍ଥିତ ବ୍ୟାସନଗର ପବ୍ଲିକ ସ୍କୁଲ ପରିସରରେ ଇଷ୍ଟନ ସହୋଦୟ ସ୍କୁଲ କମ୍ପଲେକ୍ସ ପକ୍ଷରୁ ରାଜ୍ୟ ସ୍ତରୀୟ ଖୋ ଖୋ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି l ଏହି ପ୍ରତିଯୋଗିତାରେ ରାଜ୍ୟର ୧୩ଟି ସ୍କୁଲର ୧୪ ଓ ୧୭ ବର୍ଷରୁ କମ ଛାତ୍ର ଛାତ୍ରୀ ଭାଗ ନେଇଥିଲେ l ଏହି ଖୋ ଖୋ ଖେଳରେ ଚୌଦ୍ୱାର, ଯୋଡ଼ା, ପାରାଦ୍ୱୀପ, ଭୁବନେଶ୍ୱର, କଟକ ଓ ଯାଜପୁର ଆଦି ଅଞ୍ଚଳର ଇଂରାଜୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ଭାଗ ନେଇଥିଲେ l ଏହି ପ୍ରତିଯୋଗିତା ର ୧୪ ବର୍ଷ ରୁ କମ ବାଳିକା ଖୋ ଖୋ ଖେଳରେ କେରେଲା ଇଂରାଜୀ ମିଡିୟମ ସ୍କୁଲ ଚାମ୍ପିୟାନ ହେଇଥିବା ବେଳେ ଏସ୍.ବି.ଡି. ଇଂରାଜୀ ମିଡିମ ସ୍କୁଲ ରନର୍ସ ଅଫ ଜିଣିଥିଲ l ସହିପରି ବାଳକ ୧୪ ବର୍ଷ ରୁ କମ ପ୍ରତିଯୋଗିତାରେ କେରେଲା ଇଂରାଜୀ ମିଡିୟମ ସ୍କୁଲ ଚମ୍ପିୟାନ ଓ ବ୍ୟାସନଗର ପବ୍ଲିକ ସ୍କୁଲ ରନର୍ସ ଅଫ ଜିଣିଛି l

୧୭ ବର୍ଷରୁ କମ ବାଳକ ଖେଳରେ କେରଳା ଇଂରାଜୀ ମିଡିୟମ ସ୍କୁଲ ଓ ରନର୍ସ ଅଫ ବ୍ୟାସନଗର ପବ୍ଲିକ ସ୍କୁଲ ସେହିପରି ବାଳିକା ବିଭାଗରେ କେରଳା ଇଂରାଜୀ ମିଡିୟମ ସ୍କୁଲ ଓ ବ୍ୟାସ ପବ୍ଲିକ କୁ ରନର୍ସ ଅଫ ହେଇଥିବା ସୂଚନା ମିଳିଛି l ବ୍ୟାସନଗର ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଡ଼. ଦେବସ୍ମିତା ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉତ୍ସବ ରେ ବ୍ୟାସନଗର ପୌରପରିସଦ ର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଫିତା କାଟି ଏହି ଖେଳ ପ୍ରତିଯୋଗିତା କୁ ଉଦ୍ଘାଟନ କରିଥିବା ବେଳେ ଅଧ୍ୟକ୍ଷା ଡ଼. ସାହୁ ଚମ୍ପିୟାନ ଓ ରନର୍ସ ଅଫ ଦଳକୁ ପୁରସ୍କୃତ କରିଥିଲେ l ଏହି ଉତ୍ସବ କୁ ବ୍ୟାସନଗର ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ l
