ଆଜି ଠାରୁ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ଖୋଖୋ କ୍ରୀଡା

ପୁରୀ ୨୦/୧୦ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡା ଆଜି ଠାରୁ ଆରମ୍ଭ ହୋଇଛି ।ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା କ୍ରୀଡା ସଂଘର ପୂର୍ବତନ ଉପସଭାପତି ରାମଚନ୍ଦ୍ର ଦାସମହାପାତ୍ର ଓ ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ଏହାର ପରିଚାଳନା କରୁଛନ୍ତି।ପ୍ରଥମ ଦିନ ର ପ୍ରଥମ ମ୍ୟାଚ ବାଲେଶ୍ଵର ଓ ଭୁବନେଶ୍ୱର ଜୁନିୟର ବାଳକ ବର୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଲେଶ୍ଵର ବିଜୟ ଲାଭ କରିଥିଲା ।ଏହାପରେ ଭଦ୍ରକ ଏବଂ ଯାଜପୁର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ଯାଜପୁର ବିଜୟ ଲାଭ କରିଥିଲା ।ଅନୁଗୁଳ ଏବଂ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ବଲାଙ୍ଗୀର ବିଜୟ ଲାଭ କରିଥିଲା ।ପୁରୀ ଏବଂ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ପୁରୀ ଟିମ୍ ବାଜିମାତ କରିଥିଲା ।ଢେଙ୍କାନାଳ, ପୁରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ଢେଙ୍କାନାଳ ପୁରୀ କୁ ହରେଇ ଆଗରେ ରହିଛି । ସେହିପରି ସର୍ବକନିଷ୍ଠ ବାଳିକା ବିଭାଗରେ ପ୍ରଥମ ମ୍ୟାଚ୍ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ,ଏଥିରେ ଭୁବନେଶ୍ୱର ବିଜୟ ଲାଭ କରିଥିଲା।ଏହାପରେ ବଲାଙ୍ଗୀର ଏବଂ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ବଲାଙ୍ଗୀର ବିଜୟୀ ହୋଇଥିଲା , ଏହାପରେ ଯାଜପୁର ଏବଂ ପୁରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ପୁରୀ ବିଜୟ ଲାଭ କରିଥିଲା ଏବଂ ସୁନ୍ଦରଗଡ଼ ସହ ମୟୂରଭଞ୍ଜ ମ୍ୟାଚ୍ ରେ ସୁନ୍ଦରଗଡ଼ ବିଜୟ ଲାଭ କରିଥିଲା।ସମସ୍ତ ଦଳର ଖେଳ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ।ଆସନ୍ତା ଡିସେମ୍ବର ମାସରେ ଜାତୀୟ ସ୍ତରରେ କ୍ରୀଡା ଅନୁଷ୍ଠିତ ହେବାକୁ ଯାଉଛି ତେଣୁ ଓଡ଼ିଶାର ସମସ୍ତ ଜିଲ୍ଲାରୁ ପ୍ରାୟ ୧୨୫୦ ଜଣ କ୍ରୀଡାବିତ୍ ପୁରୀରେ ପହଞ୍ଚି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି। ସେଥିରୁ ଯେଉଁମାନେ ଉନ୍ନତ କ୍ରୀଡା ପ୍ରଦର୍ଶନ କରିବେ ସେମାନେ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହେବେ ।ଏହି।ରାଜ୍ୟ ସ୍ତରୀୟ ୧୬ ତମ ସବ ଜୁନିଅର ଓ ୧୨ ତମ ଜୁନିଅର କ୍ରୀଡା ପ୍ରତିଯୋଗିତା ୧୯ ତାରିଖରୁ ଆରମ୍ଭ ହୋଇଛି ଓ ୨୨ ତାରିଖରେ ସରିବ।ଏଥିରେ ୯୦ ଟି ମ୍ୟାଚ୍ ଖେଳାଯିବ । ୨୨ ତାରିଖ ଦିନ ଫାଇନାଲ ମ୍ୟାଚ୍ ଖେଳାଯାଇ ସେଥିରେ ଉନ୍ନତ କ୍ରୀଡା ପ୍ରଦର୍ଶନ କରିଥିବା କ୍ରୀଡାବିତ୍ ମାନଙ୍କୁ ଚୟନ କରାଯାଇ ଜାତୀୟ ସ୍ତରରେ ଖେଳିବା ନିମନ୍ତେ ପ୍ରେରଣ କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *