ଭଦ୍ରକରେ ରାଜ୍ଯ ସ୍ତରୀୟ “ଭାରତକୁ ଜାଣ” ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ

ଭଦ୍ରକ, ୦୯,୧୧,୨୦୨୫: ଭାରତର ସମୃଦ୍ଧ ପ୍ରବୃଦ୍ଧ ବର୍ଗର ବ୍ୟକ୍ତି ମାନଙ୍କୁ ଏକତ୍ରିତ କରି ସମାଜର ବଞ୍ଚିତ ବର୍ଗର ସେବା କରିବା ସହ ଉତ୍ତର ପିଢ଼ିକୁ ସୁସଂସ୍କାରିତ କରି ଗଢିତୋଳିବା ସହ ଭାରତର ସର୍ବାଙ୍ଗୀନ ବିକାଶ କରି ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ଲକ୍ଷ୍ୟରେ କାର୍ଯ୍ୟକରୁଥିବା ରାଷ୍ଟ୍ରବାଦୀ ସଂଗଠନ *ଭାରତ ବିକାଶ ପରିଷଦ* ର ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ସଭାକକ୍ଷରେ ‘ଭାରତ କୁ ଜାଣ’ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଶ୍ରବଣ କୁମାର ର ପିତାମାତା ଭକ୍ତି, ବାଜି ରାଉତର ଦେଶଭକ୍ତି ,ବୀର ସଭରକରଙ୍କ ଦେଶପ୍ରେମ ଜାଗରଣ କରିବା ସହିତ ଭାରତର ଐତିହ୍ୟ ପରମ୍ପରା ସଂସ୍କୃତି ବିଷୟରେ ପରିଚିତ କରିବା ପାଇଁ ପ୍ରତିବର୍ଷ ଏହି ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଶାଖା ସ୍ତରରୁ ଆରମ୍ଭ ହୋଇ କେନ୍ଦ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥାଏ। ଆଜି ଭଦ୍ରକ ଶାଖା ଆତିଥ୍ଯୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ପୂର୍ବ ପ୍ରାନ୍ତର ୧୬ଟି ଶାଖା ତରଫରୁ ଚୟନ ହୋଇଥିବା ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଭାରତ ବିକାଶ ପରିଷଦ ଭଦ୍ରକ ଶାଖା ଅଧ୍ଯକ୍ଷ ରାମଚନ୍ଦ୍ର ପଣ୍ଡାଙ୍କ ସ୍ବାଗତ କରିଥିବା ବେଳେ, ଉଦଘାଟନ ସମାରୋହରେ ମୁଖ୍ଯ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ ଭାରତ କୋ ଜାନୋର ମହତ୍ତ୍ଵ ସଂପର୍କରେ କହିଥିଲେ। ବିଶିଷ୍ଟ ଅତିଥି ଭାବେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଭାରତର ମହାନ୍ ସଂସ୍କୃତି ପରମ୍ପରା ବିଷୟରେ ଅଧ୍ଯୟନ କରିବା ସହିତ ସ୍ବାମୀ ବିବେକାନନ୍ଦଙ୍କ ଦେଶପ୍ରେମ ରେ ଉଦବୁଦ୍ଧ ହୋଇ ଜୀବନ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ। ଅବନ୍ତିକାର ଚେୟାରମ୍ୟାନ ଅମିୟ ମଲ୍ଲିକ ଯୋଗ ଦେଇ ପିଲାମାନଙ୍କୁ ପ୍ରେରିତ କରିଥିଲେ । ସେହିପରି ପୂର୍ବ ପ୍ରାନ୍ତର ମହାସଚିବ ସୌମେନ୍ଦ୍ର ଦାସ, ପ୍ରାନ୍ତୀୟ ଗତିବିଧି ସଂଯୋଜକ ସଂସ୍କାର ବିମଳ କାନ୍ତ ମହାନ୍ତି ନିଜ ନିଜର ବକ୍ତବ୍ଯ ରଖିଥିଲେ।ଏହି ଭାରତକୁ ଜାଣ ପ୍ରଶ୍ନମଞ୍ଚ ପ୍ରତିଯୋଗିତା କୁ କୁଇଜ୍ ମାଷ୍ଟର ପଦ୍ମନାଭ ପଣ୍ଡା ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ଭଦ୍ରକ ଶାଖା, ବାଲେଶ୍ୱର ଶାଖା, ପୁରୀର ଶ୍ରୀଜଗନ୍ନାଥ ଧାମ ଶାଖା, ବ୍ରହ୍ମପୁର ଶାଖା, ବ୍ରହ୍ମପୁର ବିବେକାନନ୍ଦ ଶାଖା,ଭୁବେନଶ୍ବର ଭୁବନେଶ୍ୱର ଉତ୍ତର ଶାଖା, ଭୁବନେଶ୍ୱର ସେଣ୍ଟ୍ରାଲ ଶାଖା, ଭୁବନେଶ୍ୱର ବାଣୀ ବିହାର ଶାଖା, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଶାଖା, ବଡବିଲ ଶାଖା, ଢେଙ୍କାନାଳ ଶାଖା, ସତ୍ଯବାଦୀ ଶାଖା,ନୟାଗଡ଼ ଶାଖା ଆଦି ବିଭିନ୍ନ ଶାଖା ଅନ୍ତର୍ଗତ ବିଦ୍ଯାଳୟ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ଅପରାହ୍ନରେ ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବରେ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତାର ରାଷ୍ଟ୍ରୀୟ ପରିଷଦର ସଦସ୍ୟା ବିଜୟଲକ୍ଷ୍ମୀ ସାହୁ ଯୋଗ ଦେଇଥିଲେ।ଉଦଯାପନ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ, ଭଦ୍ରକ , ଡାକ୍ତର ସୁଧୀର ରଞ୍ଜନ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ବିଶିଷ୍ଟ ଅତିଥି ଭାବେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ , ଓଡ଼ିଶା ପୂର୍ବ ପ୍ରାନ୍ତର ମହାସଚିବ ସୌମେନ୍ଦ୍ର ଦାସ, ପ୍ରାନ୍ତୀୟ ଗତିବିଧି ସଂଯୋଜକ ସଂସ୍କାର ବିମଳ କାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।କନିଷ୍ଠ ବର୍ଗରେ ଭୁବନେଶ୍ୱର ଉତ୍ତର ଶାଖାର ବିଶ୍ବବିଦ୍ୟାଳୟ ହାଇସ୍କୁଲ ବାଣୀବିହାର ତୃତୀୟ ହୋଇଥିବା ବେଳେ( ସସ୍ମିତା ନନ୍ଦ, ବିସ୍ମୟ ମହାନ୍ତି ), ଦ୍ଵିତୀୟ ସ୍ଥାନରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଟିଆ ( ଦିବ୍ୟାଂଶୁ ଶେଖର ପଣ୍ଡା, ଶୋହନ କୁମାର ନାଥ ), ପ୍ରଥମ ସ୍ଥାନରେ ଡିଏଭି ପବ୍ଲିକ ସ୍କୁଲ ପୁରୀ ( ରଣବୀର ସିଂହ, ଆଦିତ୍ୟନାରାୟଣ ଶତପଥି ) କୃତିତ୍ୱ ଅର୍ଜନ କରିଥିଲେ ।ସେହିପରି ବରିଷ୍ଠ ବର୍ଗରେ ତୃତୀୟ ସ୍ଥାନରେ କେସି ପବ୍ଲିକ ସ୍କୁଲ ବ୍ରହ୍ମପୁର ( ପ୍ରିନ୍ସ କୁମାର ବେହେରା, ତ୍ରିଲୋକନାଥ ଦାସ), ଦ୍ଵିତୀୟ ସ୍ଥାନରେ ସେଣ୍ଟ ମାରୟ ସ୍କୁଲ, ବଡବିଲ ( ଅଶ୍ରିତ୍ ମେନ୍ଦରିନାଥ, ପ୍ରତ୍ୟୁଷ ସିଂହ) , ପ୍ରଥମ ସ୍ଥାନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମଣିକମ୍ଭ ବାଲେଶ୍ଵର ( ସାଇକ୍ରୀଷ୍ଣା ମହାନ୍ତି, ଅନୁରାଗ ବାରିକ ) କୃତିତ୍ୱ ଅର୍ଜନ କରିଥିଲେ । ଏହି ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ମାନେ କ୍ଷେତ୍ରୀୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗନେଇ ପାରିବେ। ଅତି ଚିତାକର୍ଷକ ଭାବେ ସମସ୍ତ ପ୍ରତିଯୋଗୀ ମାନେ ଉତ୍ତର ରଖି ସଂଘର୍ଷ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପରିଷଦର ସଦସ୍ୟ ମହିଳା ଓ ସହଭାଗିତା, ପ୍ରାନ୍ତ ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ, ପ୍ରାନ୍ତ ସଂସ୍କାର ସଚିବ ବିମଳ କାନ୍ତ ମହାନ୍ତି , ଭଦ୍ରକ ଶାଖା କୋଷଧ୍ୟକ୍ଷ ଇଞ୍ଜିନିୟରି ବିଭୁ କଲ୍ୟାଣ ସ୍ୱାଇଁ, ସଂସ୍କାର ସଚିବ ପୁରୁଷୋତ୍ତମ ମହାନ୍ତି, ସଂପର୍କ କାର୍ତ୍ତିକ ଚନ୍ଦ୍ର ଭାରତୀ, ମହିଳା ସହଭାଗିତା ସଂଗୀତା ଗିରି, ପର୍ଯ୍ୟାବରଣ ରବି ନାରାୟଣ ରାଉତ, ସଞ୍ଜୀବ ମହାନ୍ତି ପ୍ରମୁଖ ଭଦ୍ରକ ଶାଖାର ସମସ୍ତ ସଦସ୍ଯ ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ପରିଶେଷରେ ଭଦ୍ରକ ଶାଖା ସଚିବ ପ୍ରଦୀପ ପୁହାଣ ଧନ୍ଯବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *