ନିମାପଡାରେ ଜିଲ୍ଲା ସ୍ତରୀୟ ମଣ୍ଡି ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ନିମାପଡାରେ ଜିଲ୍ଲା ସ୍ତରୀୟ ମଣ୍ଡି ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା I ନିମାପଡା ( )ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି ଠାରେ ଜିଲ୍ଲା ସ୍ତରୀୟ ମଣ୍ଡି ଉଦଘାଟିତ ହୋଇଛି। ଏହି ଅବସରରେ ପ୍ରତ୍ୟେକ ମଣ୍ଡିରେ ଚାଷୀ ମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ସହ ଚାଷୀ ଭାଇ ମାନଙ୍କୁ ଭଲ ବ୍ୟବହାର ଦେଖାଇବା ପାଇଁ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ । ଆଜି ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି ଠାରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ , ପୁରୀ ପିଡି ପ୍ରିୟରଞ୍ଜନ ପୃଷ୍ଟିଙ୍କ ଉପସ୍ଥିତିରେ ଉପ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟନ କରିବା ପରେ ଧାନ ମାନ ନିର୍ଦ୍ଧାରଣ ପାଇଁ ପ୍ରଥମ ଥର ବ୍ୟବହାର ହେବାକୁ ଥିବା ଏ ଆଇ ମେସିନ , ଧାନ ମାପ ମେସିନ ଓ ବ୍ୟବହୃତ ହେବାକୁ ଥିବା ଅନ୍ୟ ଯନ୍ତ୍ରାଂଶ କୁ ବୁଲି ଦେଖିଥିଲେ । ପରେ , ଚାଷୀ ,ପ୍ୟାକ୍ସ ସଦସ୍ୟ , ଜିଲ୍ଲାର ସମସ୍ତ ସୋଷାଇଟ ଅଧିକାରୀ , ନବ ନିଯୁକ୍ତ ମଣ୍ଡି ନୋଡାଲ ଅଫିସର,ସୂପରଭାଇଜରଙ୍କୁ ଉଦବୋଧନ ଦେବା ବେଳେ ଚାଷୀ ମାନଙ୍କୁ ନିରାଶ ନକରି ସେମାନଙ୍କୁ ଭଲ ବ୍ୟବହାର ଦେଖାଇବା ,ପ୍ରତ୍ୟେକ ମଣ୍ଡିରେ ଧାନ ଗଚ୍ଛିତ ରଖିବା ପାଇଁ ସୁ ବ୍ୟବସ୍ଥା ସହ ପିଇବା ପାଣି ଭଳି ବ୍ୟବସ୍ଥା ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ପୁରୀ ଜିଲ୍ଲାରେ 187 ଟି ମଣ୍ଡି ରେ ଜିଲ୍ଲାର 11,68,603 କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ରଖାଯାଇଛି ।ସବୁ ମଣ୍ଡିରେ ସି ସି କ୍ୟାମେରା ବ୍ୟବସ୍ଥା କରାଯାଉଛି । ପ୍ରଭାତୀ ପରିଡ଼ାଙ୍କ ନିମାପଡ଼ା ଗସ୍ତ ଅବସରରେ ଚାରିଛକ ଠାରେ 65 ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମାଣ ହେବାକୁ ଥିବା କୁଣ୍ଢେଇ ମାଇନର କେନାଲ ରାସ୍ତାର ଶିଳାନ୍ୟାସ କରିବା ସହ ନିମାପଡ଼ା ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇଥିଲା ।

Leave a Reply

Your email address will not be published. Required fields are marked *