ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ।ପୁରୀ ୧୭/୧୨ କୃଷି ଆମ ଦେଶର ଆତ୍ମା ସଦୃଶ୍ୟ।କୃଷକ ର ଉନ୍ନତି ହିଁ କୃଷି ର ଉନ୍ନତି।କୃଷି ଓ କୃଷକର ବିକାଶ ପାଇଁ ସରକାର ପ୍ରତିଶ୍ରୁତିଵଦ୍ଧ ବୋଲି କହିଛନ୍ତି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ। ଆଜି ଅପରାହ୍ନ ରେ ଶରଧାବାଲି ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ୫ ଦିନିଆ ପୁରୀ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ ପ୍ରଦର୍ଶନୀ ଉଦଘାଟିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇ ବିଧାୟକ ଶ୍ରୀ ପଟ୍ଟନାୟକ କୃଷକ ମାନେ ଆଧୁନିକ କୃଷି ପ୍ରଣାଳୀ ସହ କୃଷି ଯନ୍ତ୍ରପାତି ର ଉପଯୋଗ ତଥା ସମନ୍ବିତ ପ୍ରକ୍ରିୟାରେ ଚାଷ କରି ଅଧିକ ଲାଭବାନ ହେବାକୁ ଆହ୍ୱାନ ଦେଇଥିଲେ।ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ପୁରୀ ଜିଲ୍ଲାରେ କୃଷି କୁ ଆଧାର କରିଥିବା ବ୍ୟକ୍ତି ଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଆମକୁ କଷ୍ଟ ଦିଏ।ସରକାର ବଜେଟରେ ସର୍ବାଧିକ ଆର୍ଥିକ ବ୍ୟବସ୍ଥା କୃଷି ପାଇଁ କରିଛନ୍ତି

।ତେବେ ଆଧୁନିକ ଯନ୍ତ୍ରପାତି ର ବ୍ୟବହାର ଆମ କୃଷି କୁ ଅଧିକ ଋଦ୍ଧିମନ୍ତ କରିବ ବୋଲି କହିଥିଲେ।ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି କୃଷି ଯନ୍ତ୍ରପାତିର ଭରପୁର ସୁବିଧା କୃଷକ ବନ୍ଧୁ ମାନଙ୍କ ନିକଟରେ ପହଞ୍ଚାଇବା କୁ କୃଷି ବିଭାଗ ର ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।କୃଷି ଯନ୍ତ୍ରପାତି ର ଉପଯୋଗ ର ଭିଡିଓ କୃଷକ ମାନଙ୍କ ନିକଟରେ ଉପଲବ୍ଧ କରାଇବା ସହ ପଞ୍ଚାୟତ ସ୍ତରରେ ମଧ୍ୟ କୃଷି ଯନ୍ତ୍ରପାତି ମେଳାର ଆୟୋଜନ ପାଇଁ ଅନୁରୋଧ କରିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଯୋଜନା ଓ ସହଯୋଗ ଚାଷୀ ମାନଙ୍କ ନିକଟରେ ପହଞ୍ଚାଇବାକୁ ବିଭାଗର ପ୍ରତ୍ୟେକ ଅଧିକାରୀ କର୍ମଚାରୀ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ର ମୁଖ୍ୟଯନ୍ତ୍ରୀ ମୁକ୍ତି କାନ୍ତ ମହାପାତ୍ର କୃଷି ଯନ୍ତ୍ରପାତି ପାଇଁ ରିହାତି ଦିଆଯାଉଛି।ଚଳିତ ବର୍ଷ କୃଷି ଯନ୍ତ୍ରପାତି ବିକ୍ରୟର ଧାର୍ଯ୍ୟ ଲକ୍ଷ୍ୟ ୨୫୫ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୧୦ ଟି ପ୍ରକଳ୍ପ ପୂରଣ ହୋଇ ୮ କୋଟି ୪୦ ଲକ୍ଷ ଟଙ୍କା ସବସିଡ ଦିଆଯାଇଛି।୯୬୦ ଜଣ ଚାଷୀ ୪ କୋଟି ୫୫ ଲକ୍ଷ ଟଙ୍କାର ସବସିଡ ପାଇଛନ୍ତି।ସେହିପରି ୨୬୦ ସ୍ବୟଂ ସହାୟକ ଗୋଷ୍ଠୀ ୧ କୋଟି ୬୬ ଲକ୍ଷ ଟଙ୍କାର ସବସିଡ ପାଇଛନ୍ତି ବୋଲି ସେ କହିଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପରିଡା ଧନ୍ୟବାଦ ଦେଇଥିଲେ।ଏହି ମେଳାରେ କୃଷକ ମାନଙ୍କୁ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ର ପ୍ରଦର୍ଶନ, ତାହାର ଉପଯୋଗ ଓ ଆଗ୍ରହୀ କୃଷକ ମାନଙ୍କୁ ବିକ୍ରୟର ବ୍ୟବସ୍ଥା କରାଯାଇଛି।ମେଳାରେ ପ୍ରାୟ ୪୫ ଟି ଷ୍ଟଲ ହେବା ସହ କୃଷକ ମାନଙ୍କ ସହ ଆଲୋଚନା ଚକ୍ର, ସେମାନଙ୍କ ସମସ୍ୟା, ଆବଶ୍ୟକତା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବା ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ ରେ କୃଷି କାର୍ଯ୍ୟାଳୟ ର ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *