ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ
ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ
ରାୟଗଡା ତା ୧୭-୧୧-୨୪ରାୟଗଡା ଜିଲ୍ଳା ପ୍ରଶାସନ ଓ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଳା ପରିଷଦ ସ୍ୱଭାଗୃହ ଠାରେ ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ -୨୦୨୪ ପାଳିତ ହୋଇଯାଇଛି । ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଡ଼ଃ ଦୟାନିଧି ବାଗ, ଅଧ୍ୟକ୍ଷା ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଡ଼ଃ ବବିଲତl ସରାଫ,ସମ୍ମାନିତ ଅତିଥି ଓ ବକ୍ତା ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଦୋଷ କୁମାର ରଥ, ରାୟଗଡ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ ।
ସେହିପରି ଉତ୍କଳ ଆଲୁମିନା କମ୍ପାନୀର ଲୋକସମ୍ପର୍କ ଅଧିକାରୀ ପିତାମ୍ବର ବେହେରା, ଜେକେ କାଗଜ କଳର ଲୋକସମ୍ପର୍କ ଅଧିକାରୀ ମିଳନ କୁମାର ବେହେରା, ଅଧ୍ୟlପକ ପି. ଅରୁଣ କୁମାର ଯୋଗ ଦେଇଥିଲେ । ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଚଳିତ ବର୍ଷର ଆଲୋଚ୍ୟ ବିଷୟ : ପରିବର୍ତ୍ତନଶୀଳ ଗଣମାଧ୍ୟମ ଶୀର୍ଷକ ବିଷୟବସ୍ତୁ ଉପରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ରାୟଗଡା ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକମାନେ ନିର୍ଭିକ, ନିରପେକ୍ଷ, ସତ୍ୟ ଗଠନମୂଳକ ,ସମସ୍ୟାଭିତିକ ସମ୍ବାଦ ପରିବେଷଣ କରୁଥିବାରୁ ଜିଲ୍ଳା ପ୍ରଶାସନ ଓ ସରକାରଙ୍କ ଠାରେ ଖବରଗୁଡିକ ପଂହଚି ପାରୁଥିବାରୁ ଅନେକ ସମସ୍ୟାର ସମାଧାନ ହୋଇ ପାରୁଛି । ରାୟଗଡ଼ ଜିଲ୍ଳା ବିକାଶରେ ମଧ୍ୟ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ନିରପେକ୍ଷତା, ନିର୍ଭୀକତା, ସହୃଦୟତା ସାମ୍ବାଦିକଙ୍କ ପ୍ରାଥମିକତା ହେବା ଆବଶ୍ୟକ ବୋଲି ଉପ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ଗୋପ ରଞ୍ଜନ ବକ୍ସିପାତ୍ର, ରାଜେଶ କୁମାର ପଟ୍ଟନାୟକ ପ୍ରମୁଖ ମଧ୍ୟ ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ । ଜିଲ୍ଳାରେ କାର୍ଯ୍ୟରତ ୧୮୩ଜଣ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଅର୍ନ୍ତଭୁକ୍ତ ହୋଇଛନ୍ତି ବୋଲି ଉପ ନିର୍ଦ୍ଦେଶକ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରକାଶ କରିଥିଲେ । ଏହି ଦିବସ ପାଳନ ଅବସରରେ ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ରାୟଗଡାରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।
