ରାଜ୍ୟ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ
ବିରିଡି, ୨୧-୩ ରାଜ୍ୟ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଦ୍ଵିତୀୟ ଚରଣ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ମୂଲ୍ୟାୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିରିଡ଼ି ବ୍ଳକ ଅଧୁନସ୍ତ ଉତ୍ତରଶାସନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଳେଇଘାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁରେ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ଲେଙ୍କା ଓ ବନିତା ରାଣୀ ଦାଶଙ୍କ ଦ୍ବାରା ସର୍ଭେ କରାଯାଇ ପଞ୍ଜିକୃତ କରାଯାଇଥିବା ୨୦ଜଣ ପୁରୁଷ ଓ ମହିଳା ବ୍ୟକ୍ତି ବିଶେଷଙ୍କୁ ୨ଜଣ ସ୍ୱେଚ୍ଛାସେବୀ ଶିକ୍ଷକ ସୁଶ୍ରୀ ମନିଷା ଭୋଇ ଓ ସୁଶ୍ରୀ ଶୁଭଲକ୍ଷ୍ମୀ ବେଉରା ଙ୍କ ତତ୍ତ୍ବାବଧାନରେ ସରକାରଙ୍କ ଶିକ୍ଷଣ ପୁସ୍ତିକା ଦ୍ବାରା ଶିକ୍ଷଣ ପ୍ରକ୍ରିୟା ସମ୍ପାଦନ କରାଯାଇ ମୂଲ୍ୟାୟନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଭାରତ ସରକାରଙ୍କ ଜାତୀୟ ପର୍ଯ୍ୟବେକ୍ଷିକା ସୁଶ୍ରୀ ବର୍ଷା ସିଂ ଏବଂ ମୌଳିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶାର ଉପ-ନିର୍ଦ୍ଦେଶିକା ସୁଶ୍ରୀ ଜୟଶ୍ରୀ ଦୋରା ପର୍ଯ୍ୟବେକ୍ଷଣ କରିବା ଅବସରରେ ଜଗତସିଂହପୁର ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧୁକାରୀ ଡ଼ ସୁଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଶିକ୍ଷା ଅଧିକାରିଣୀ ତଥା ବିରିଡି ବ୍ଲକ ମଣ୍ଡଳ ଶିକ୍ଷାକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ସହକାରୀ ମଣ୍ଡଳ ଶିକ୍ଷାକାରୀ ଶ୍ରୀଯୁକ୍ତ ପ୍ରକାଶ ରଞ୍ଜନ ଦାଶ, ସହକାରୀ ମଣ୍ଡଳ ଶିକ୍ଷାଧୀକାରିଣୀ ରଞ୍ଜନା ଦାସ, ସି ଆର୍.ସି.ସି ଧନଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିରିଡି ମଣ୍ଡଳ ଶିକ୍ଷାଧୂକାରୀ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ଓ ରାଜ୍ୟ ପର୍ଯ୍ୟବେକ୍ଷିକାଙ୍କୁ ସାଦର ଅଭ୍ୟର୍ଥନା ପ୍ରଦାନ କରାଯାଇଥିଲା। ଶିକ୍ଷା ସ୍ରୋତରେ ସାମିଲ ହୋଇଥିବା ୨୦ ଜଣ ବ୍ୟକ୍ତି ବିଶେଷଙ୍କୁ ପର୍ଯ୍ୟବେକ୍ଷିକା ମହୋଦୟା ସାକ୍ଷରତା ମୂଲ୍ୟବୋଧ ସମ୍ପର୍କରେ ନିଜର ଭାବ ବ୍ୟକ୍ତ କରିଥିଲେ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରେମାନନ୍ଦ ସେଠୀଙ୍କୁ ଆଜିର ମୂଲ୍ୟାୟନ କାର୍ଯ୍ୟ ଓ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଲାଗି ପ୍ରଶଂସା କରିଥିଲେ।
