ଜିଲ୍ଲା ସ୍ତରୀୟ ସୁପୋଷଣ ଓଡିଶା ମିଶନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସୁପୋଷଣ ଓଡିଶା ମିଶନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର, ୧୩/୦୨/୨୬: ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସୁପୋଷଣ ଓଡିଶା ମିଶନର ପ୍ରଶିକ୍ଷଣ ଶିବିର ସଫଳତା ସହ ଆୟୋଜନ ହୋଇଅଛି।  ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ଶ୍ରୀ ହୃଦୟ ପ୍ରଦୀପ ଏହି ସୁପୋଷଣ ଓଡିଶା ମିଶନର ଲକ୍ଷ୍ୟ ବିଷୟରେ ଆଲୋକପାତ କରିବା ସହ ଏହା କିପରି ହାସଲ କରାଯାଇପାରିବ, ସେ ବିଷୟରେ ତାଲିମ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାହୁ ଯାଜପୁର ତଥା ଓଡିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ତୃଣମୂଳ ସ୍ତରରୁ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ସୁପୋଷିତ କେନ୍ଦ୍ର କରିବାକୁ ଆହ୍ବାନ ଦେଇଥିଲେ। ୨୦୨୬ ମସିହାରେ ଶତକଡା ୮୦ ପ୍ରତିଶତ କେନ୍ଦ୍ରକୁ ସୁପୋଷଣ କେନ୍ଦ୍ର କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜିଲ୍ଲାର ସମସ୍ତ ପ୍ରକଳ୍ପ ଶିଶୁ ବିକାଶ ଅଧିକାରୀ, ମହିଳା ସୁପରଭାଇଜର, ବ୍ଲକ ପୋଷଣ ସଂଯୋଜକ, ସୁଭଦ୍ରା ହେଲ୍ପ ଡେସ୍କ, ଅଙ୍ଗନବାଡି କର୍ମୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ, କାର୍ଯ୍ୟକ୍ରମ ଅଧିକାରୀ ସୁନନ୍ଦା ଦାସ, ସରୋଜିନୀ ଦାସ, ଲିଲି ଗଗରାଇ ଏବଂ ଜିଲ୍ଲା ସଂଯୋଜକ ରଜନୀଶ ଜେନା, ସହାୟକ ଲଷ୍ମୀପ୍ରିୟା ବାରିକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *